ଏ ବର୍ଷ ପରଦାକୁ ଆସିଛି ଏହି ସତ୍ୟ ପ୍ରେମ କାହାଣୀ ଉପରେ ଆଧାରିତ ଏହି ଓଡ଼ିଆ ସିନେମା

ଭୁବନେଶ୍ୱର: ଓଲିଉଡ୍‌ରେ ଅନେକ ସମୟରେ ମୌଳିକ ସିନେମା ନିର୍ମାଣଲାଗି ସୁଯୋଗ ମିଳେ ନାହିଁ ବୋଲି ଅନେକ ନିର୍ଦ୍ଦେଶକ ଅଭିଯୋଗ କରନ୍ତି । କିନ୍ତୁ ସେଭିତରେ ବି ଓଲିଉଡ୍‌ର ସୁପରିଚିତ ନିର୍ଦ୍ଦେଶକ ସୁଶାନ୍ତ ମଣି କେତୋଟି ବାସ୍ତବଧର୍ମୀ ଏବଂ ମୌଳିକ କାହାଣୀ ଆଧାରିତ ସିନେମା ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି । ଏହି ଓଡ଼ିଆ ନିର୍ଦ୍ଦେଶକ ସୁଶାନ୍ତ ମଣିଙ୍କ ଯେଉଁ ସିନେମା ଚଳିତ ବର୍ଷ ରିଲିଜ୍‌ ହୋଇଛି ତାହା ବି ମୌଳିକ କାହାଣୀ ଆଧାରିତ। ଏହା ଏକ ସତ୍ୟ୍ୟ ପ୍ରେମ କାହାଣୀ ଉପରେ ଆଧାରିତ ବୋଲି ନିଜେ ସୁଶାନ୍ତ ମଣି କହିଥିଲେ । ଏଠାରେ ଯେଉଁ ସିନେମାର କଥା କୁହାଯାଉଛି ତାହା ହେଲା ‘ସପନର ପଥେ ପଥେ’।

ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ଏହି ସିନେମାରେ ପ୍ରଥମ ଥର ଲାଗି ଦର୍ଶକ ଅମ୍ଳାନଙ୍କ ବିପକ୍ଷରେ ଜଣେ ନବାଗତା ସନମୀରାଙ୍କୁ ଦେଖିବାକୁ ପାଇଛନ୍ତି । ଏତଦବ୍ୟତୀତ ମନୋଜ ପଟ୍ଟନାୟକ,ପୃଥ୍ଵୀରାଜ,ଚିତ୍ତ ତ୍ରିପାଠୀ ଏବଂ ଟିକି ତ୍ରିପାଠୀ ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ। ଡ଼ ନିର୍ମଳ ନାୟକ ଏହାର ସଂଳାପ ଲେଖିଥିବା ବେଳେ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅସଦ୍‌ ନିଜାମ୍‌ । ତେବେ ଏହି ସିନେମା ସାର୍ଥକର ଅମ୍ଳାନଙ୍କ ଅଭିନୀତ ପୂର୍ବ ଫିଲ୍ମ ‘ଗୋଲାପି ଗୋଲାପି’ ଭଳି ସଫଳତା ହାସଲ କରିବାରେ ସକ୍ଷମ ହୋଇ ନାହିଁ।

ସମ୍ବନ୍ଧିତ ଖବର