ସପନାଙ୍କ ‘ଆଖାଁ କା କାଜଲ..’ରେ ଡ୍ୟାନ୍ସ କଲେ କ୍ରିସ୍‌ ଗେଲ୍‌

ନୂଆଦିଲ୍ଲୀ : ହରିୟାନାର ଡ଼୍ୟାନ୍ସିଙ୍ଗ ସେନସେସନ୍‌ ସପନା ଚୌଧୁରୀଙ୍କ ଜାଦୁ ଲାଇଭ ଷ୍ଟେଜ୍‌ ଓ ସୋସିଆଲ ମିଡ଼ିଆ ପରେ ବର୍ତ୍ତମାନ ଆଇପିଏଲ୍‌ କ୍ରିକେଟରଙ୍କ ଉପରେ ପଡ଼ିବା ଆରମ୍ଭ ହୋଇଛି। ସପନାଙ୍କ ବହୁଚର୍ଚ୍ଚିତ ଗୀତ ‘ଆଖାଁ କା କାଜଲ..’ ଗୀତରେ ଅବିକଳ ତାଙ୍କ ଭଳି ଏକ କ୍ରୋମା ଷ୍ଟୁଡ଼ିଓରେ ଠୁମକା ଲଗାଉଥିବା ନଜର ଆସିଛନ୍ତି କ୍ରିକେଟର କ୍ରିସ ଗେଲ । କ୍ରିସ୍‌ ଗେଲ୍‌ ଚଳିତ ବର୍ଷ ଆଇପିଏଲ୍‌ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ପାଇଁ ଖେଳୁଛନ୍ତି ।

Look what I found on Internet. @chrisgayle333 You are such a good Dancer.

A post shared by Sapna Choudhary (@itssapnachoudhary) on

ବିଗ୍‌ ବସ ୧୧ରୁ ବଲିଉଡରେ ପାଦ ରଖିଥିବା ହରିୟାନା ଡ଼୍ୟାନ୍ସର ସପନା ଚୌଧୁରୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ କ୍ରିସ୍‌ଙ୍କ ଏହି ଭିଡ଼ିଓକୁ ପୋଷ୍ଟ କରିଥିଲେ । ଏହି ଭିଡ଼ିଓର କ୍ୟାପସନରେ ସପନା ଲେଖିଛନ୍ତି, ଦେଖନ୍ତୁ ମତେ ଆଜି ଇଣ୍ଟରନେଟରେ କ’ଣ ମିଳିଲା, କ୍ରିସ୍‌ ଗେଲ ଆପଣ ଜଣେ ବହୁତ ଭଲ ଡ଼୍ୟାନ୍ସର । ଏହି ଭିଡ଼ିଓରେ କ୍ରିସ ଗେଲ୍‌ ଏକ କ୍ରୋମା ରୁମ୍‌ରେ ଅବିକଳ ସପନାଙ୍କ ଭଳି ତାଙ୍କର ‘ାଖାଁ କା କାଜଲ…’ ଗୀତରେ ନୃତ୍ୟ କରୁଥିବାର ଦେଖାଯାଇଛନ୍ତି । ତେବେ ସପନା ଏହି ଭିଡ଼ିଓକୁ ଆଜି ସକାଳେ ପୋଷ୍ଟ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଭରପୂର ମାତ୍ରାରେ ଭାଇରାଲ ହୋଇଛି।

ସମ୍ବନ୍ଧିତ ଖବର