ଏହି କାରଣ ପାଇଁ ସାରାଙ୍କ ସହ କେବଳ ହିନ୍ଦୀରେ କଥା ହୁଅନ୍ତି ସୁଶାନ୍ତ

ମୁମ୍ବାଇ: ଅଭିନେତ୍ରୀ ସାରା ପରଦା ଉପରକୁ ଆସିବା ପରଠାରୁ ଚର୍ଚ୍ଚାରେ ରହି ଆସିଛନ୍ତି । ଖୁବ୍‌ କମ ସମୟରେ ସେ ଲୋକପ୍ରିୟ ହୋଇ ସାରିଥିବା ବେଳେ ଏବେ ତାଙ୍କ ପାଖକୁ ଗୋଟେ ପରେ ଗୋଟେ ଫିଲ୍ମର ଅଫର ଆସିବାରେ ଲାଗିଛି । ଫିଲ୍ମ ‘କେଦାରନାଥ’ରୁ ସେ ବଲିଉଡ୍‌ରେ ଡେବ୍ୟୁ କରିଥିବା ବେଳେ ପରେ ପରେ ତାଙ୍କର ଆଉ ଏକ ଫିଲ୍ମ ‘ସିମ୍ବା’ ରିଲିଜ୍‌ ହୋଇଥିଲା । ଏବେ ସେ ବରୁଣ ଧଓ୍ଵନଙ୍କ ସହ ‘କୁଲି ନମ୍ବର ଓ୍ଵାନ୍‌’ରେ ନଜର ଆସି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏତେ ସବୁ ମଧ୍ୟରେ ଡେବ୍ୟୁ ଫିଲ୍ମରେ ତାଙ୍କ ଅଭିନେତା ଥିବା ସୁଶାନ୍ତ ସିଂହ ରାଜପୁତ୍‌ ତାଙ୍କ ସହ କେବଳ ହିନ୍ଦୀରେ କଥା ହୁଅନ୍ତି ବୋଲି କହିଛନ୍ତି ସାରା । ଯାହା ସମସ୍ତଙ୍କୁ ଟିକେ ଆଶ୍ଚର୍ଯ୍ୟ କରିଛି ।

Hindustan Times

ତାଙ୍କ କହିବା ଅନୁଯାୟୀ,”ମୋତେ ପ୍ରଥମରୁ ହିନ୍ଦୀ କହିବାରେ ଅସୁବିଧା ହେଉଥିଲା । କିନ୍ତୁ ଏବେ ସମସ୍ତଙ୍କ ଠାରୁ ମୁଁ ଭଲ ହିନ୍ଦୀ କହୁଛି ବୋଲି ମୋତେ ମୋ ସଂର୍ପକୀୟ ଏବଂ ପରିବାର ଲୋକେ କହୁଛନ୍ତି । ଏହାର ଶ୍ରେୟ ମୁଁ ସୁଶାନ୍ତଙ୍କୁ ଦେବି । କାରଣ ଯେତେବେଳେ ସେ ମୋତେ ପ୍ରଥମେ ଦେଖା ହୋଇଥିଲେ ମୋ ହିନ୍ଦୀ ଶୁଣି, ତୁମ ହିନ୍ଦୀ ବହୁତ ଖରାପ ଏବଂ ଏହାକୁ ସୁଧାରିବା ପାଇଁ ଆଜିଠାରୁ ମୁଁ ତୁମ ସହ କେବଳ ହିନ୍ଦୀରେ ହିଁ କଥା ହେବି ବୋଲି କହିଥିଲେ । ତାଙ୍କ ସହ କଥା ହୋଇ ହୋଇ ମୋର ହିନ୍ଦୀ ସୁଧୁରି ଯାଇଥିଲା” ବୋଲି କହିଛନ୍ତି ସାରା ।

ସମ୍ବନ୍ଧିତ ଖବର