ପ୍ରେମିକ କାର୍ତ୍ତିକଙ୍କ ଘର ସାମ୍ନାରେ ସାରାଙ୍କ ଫଟୋ ଭାଇରାଲ୍‌

ମୁମ୍ବାଇ: ବଲିଉଡ୍‌ର ନୁଆ ଯୋଡ଼ି ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ତନୟା ତଥା ଅଭିନେତ୍ରୀ ସାରା ଅଲ୍ଳୀ ଖାନ ଏବଂ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ। ଯଦିଓ ସେମାନେ ପରସ୍ପରଙ୍କ ସଂପର୍କ ବିଷୟରେ ଆନୁଷ୍ଠାନିକ ଭାବେ କେଉଁଠି ଖୁଲାସା କରିନାହାନ୍ତି ମାତ୍ର ଅନେକ ପାର୍ଟି ଉତ୍ସବରେ ସେମାନଙ୍କୁ ସାଥୀରେ ଦେଖିବା ପରେ ଏ ଦୁହିଁଙ୍କ ଅନ୍ତରଙ୍ଗତାକୁ ନେଇ ଅନୁମାନ ଲଗାଯାଇପାରେ।

 

 

View this post on Instagram

 

#saraalikhan snapped post her visit at #kartikaaryan home #viralbhayani @viralbhayani

A post shared by Viral Bhayani (@viralbhayani) on

ନିକଟରେ କାର୍ତ୍ତିକଙ୍କ ଜୁହୁସ୍ଥିତ ଘରେ ଦେଖିବାକୁ ମିଳିଛନ୍ତି ସାରା ଅଲ୍ଳୀ ଖାନ। ସାରା କାର୍ତ୍ତିକଙ୍କ ଘର ସାମ୍ନାରେ କାର୍‌କୁ ବାହାରୁଥିବା ବେଳେ ତାଙ୍କର କେତୋଟି ଫଟୋ ଭାଇରାଲ୍‌ ହୋଇଛି। ସାରା କଳା ରଂଗର ସର୍ଟ ଓ କଳା ରଂଗର ଜ୍ୟାକେଟ୍‌ରେ ନଜର ଆସିଛନ୍ତି।

କାର୍ତ୍ତିକ ସାରାଙ୍କୁ ନେଇ ଖୋଲାଖୋଲି ଭାବେ କିଛି ବୟାନ ନ ଦେଇଥିଲେ ବି ନିକଟରେ ଏକ ସାକ୍ଷାତ୍‌କାରେ ସାରା ପ୍ରକାଶ କରିଥିଲେ ଯେ ତାଙ୍କ ‘ପ୍ୟାର୍‌ କା ପଞ୍ଚନାମା’ ଅଭିନେତାଙ୍କ ପାଇଁ କ୍ରସ୍‌ ଅଛି।’

ସମ୍ବନ୍ଧିତ ଖବର