ଏହି ଗମ୍ଭୀର ରୋଗରେ ପୀଡ଼ିତ ସୈଫ୍‌-ଅମୃତାଙ୍କ ତନୟା ସାରା!୯୬ କିଲୋ ଥିଲା ଓଜନ

ମୁମ୍ବାଇ : ଫିଲ୍ମ ‘କେଦାରନାଥ’ ଜରିଆରେ ବଲିଉଡ୍‌ରେ ପାଦ ରଖିବାକୁ ଯାଉଛନ୍ତି ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ଅଭିନେତ୍ରୀ ଅମୃତା ସିଂହଙ୍କ ତନୟା ସାରା ଅଲ୍ଲୀ ଖାନ୍‌ । ଫିଲ୍ମର ଟ୍ରେଲର ସହ କିଛି ଗୀତ ରିଲିଜ ହୋଇ ସାରିଥିବା ବେଳେ ସେଥିରେ ସାରାଙ୍କ ଅଭିନୟର ଝଲକ ଦେଖିବାକୁ ମିଳିଛି । ଟ୍ରେଲରଟି ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ଏବେ ଫିଲ୍ମ ରିଲିଜ୍‌କୁ ଅନାଇ ବସିଛନ୍ତି ଦର୍ଶକେ । ତେବେ ସାରା ଏକ ଗମ୍ଭୀର ରୋଗରେ ପୀଡ଼ିତ ଥିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାରା ପିସିଓଏସ୍‌ ରୋଗରେ ପୀଡ଼ିତ ଥିବା ସହ ଏକ ସମୟରେ ତାଙ୍କ ଓଜନ ଏହି ରୋଗ ପାଇଁ ୯୬କିଲୋ ଥିଲା ବୋଲି ଜଣାପଡ଼ିଛି । କିନ୍ତୁ ପ୍ରତିଦିନର ଖାଦ୍ୟ ଏବଂ ବ୍ୟୟାମ କରି ସେ ନିଜ ଓଜନ କମାଇବା ସହ ନିୟନ୍ତ୍ରଣ କରିଥିଲେ । ଏହାର ଖୁଲାସା ସାରା ନିଜେ କରଣଙ୍କ ସୋ’ କଫି ଉଇଥ୍‌ କରଣରେ କରିଥିବା ଦେଖାଯାଇଛି ।

ସୂଚନା ମୁତାବକ, ପିସିଓଏସ୍‌ ସମସ୍ୟା ଥିଲେ ଓଭାରିରେ ସିଷ୍ଟ ହୋଇ ଯାଇଥାଏ, ଯାହାଦ୍ୱାରା ହରମୋନ୍‌ ନିୟନ୍ତ୍ରଣରେ ରହି ନ ଥାଏ । ଏଭଳି ସମସ୍ୟା ହେଲେ ଓଜନ ବଢ଼ିବା ସହ ମାସିକ ଧର୍ମ ଠିକ୍‌ ସମୟରେ ହୋଇ ନଥାଏ । ହଠାତ୍‌ ଓଜନ ବଢ଼ିବାର କାରଣ ସାରା ଜାଣି ପାରୁ ନଥିବା ବେଳେ ପରେ ତାଙ୍କର ପିସିଓଏସ୍‌ ପାଇଁ ଏଭଳି ସମସ୍ୟା ହେଉଥିବା ଜାଣି ପାରିଥିଲେ ସାରା ।

ସମ୍ବନ୍ଧିତ ଖବର