କ’ଣ ପାଇଁ ମା’ ଅମୃତାଙ୍କୁ ଛାଡ଼ି ନୂଆ ଘରେ ରହିବାକୁ ଗଲେ ସାରା? ଜଣାଇଲେ କାରଣ

ମୁମ୍ବାଇ : ଫିଲ୍ମ କେଦାରନାଥରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ । ଏହା ପରେ ତାଙ୍କର ଫିଲ୍ମ ସିମ୍ବା ରିଲିଜ୍‌ ହୋଇଥିଲା । ଦୁଇଟି ଯାକ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଥିବା ବେଳେ ସାରାଙ୍କୁ ମଧ୍ୟ ଅଭିନେତ୍ରୀଭାବରେ ଭିନ୍ନ ପରିଚୟ ମିଳିଥିଲା । ଏବେ ତାଙ୍କର ଚର୍ଚ୍ଚା ବଲିଉଡ୍‌ରେ ଚାଲିଥିବା ବେଳେ ଫିଲ୍ମ ନିର୍ମାତା ତାଙ୍କୁ ନିଜ ଫିଲ୍ମରେ ନେବା ପାଇଁ ଅନାଇ ବସିଛନ୍ତି । ତେବେ ଏ ମଧ୍ୟରେ ସେ ମା’ ଅମୃତାଙ୍କ ଘର ଛାଡ଼ି ନୂଆ ଘରକୁ ଚାଲି ଯାଇଥିବା ନେଇ ଚର୍ଚ୍ଚା ହେଉଛି । ହଠାତ୍‌ କ’ଣ ପାଇଁ ସାରା ଏଭଳି ନିଷ୍ପତ୍ତିି ନେଲେ, ସେ ନେଇ ତାଙ୍କ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିବା ବେଳେ ଏବେ ସାରା ନିଜର ପ୍ରତିକ୍ରିୟା ରଖିଛନ୍ତି ।

India Today

ଯାହାବି ଚର୍ଚ୍ଚା ହେଉଛି ସେ ସବୁ ମିଛ । ମୁଁ ମୋ ମା’ଙ୍କ ଘର ଛାଡ଼ି ଯାଇ ନାହିଁ । ଏବେ ବି ମୁଁ ମୋ ମା’ଙ୍କ ସହ ରହୁଛି । ଇନ୍‌ଷ୍ଟାରେ ଯେଉଁ ଫଟୋ ପାଇଁ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା, ସେ ଫଟୋ ଏକ ବିଜ୍ଞାପନର ସୁଟିଂ ସମୟର । ମୁଁ କୌଣସି ନୂଆ ଘର କିଣି ନାହିଁ ଏବଂ ମୋର କୌଣସି ଯୋଜନା ମଧ୍ୟ ନାହିଁ ବୋଲି ସାରା କହିଛନ୍ତି ।

ସମ୍ବନ୍ଧିତ ଖବର