ଶ୍ରୁତି ହସନ ଏବଂ ଶ୍ରଦ୍ଧା କପୁରଙ୍କ ପରେ ଏବେ ଦିଶା ପଟାନିଙ୍କ ସ୍ଥାନ ଅକ୍ତିଆର କଲେ ସାରା ଅଲ୍ଲୀ ଖାନ୍‌, ବିରାଟ କୋହଲୀଙ୍କ ସହ ଆସିବେ ନଜର

ମୁମ୍ବାଇ : ଫିଲ୍ମ କେଦାରନାଥ ରିଲିଜ୍‌ ହେବା ପରେ ଲୋକପ୍ରିୟତାର ଶୀର୍ଷରେ ରହିଛନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ । କେଦାରନାଥ ପରେ ସିମ୍ବାର ସଫଳତା ହାସଲ କରି ଏବେ ସେ ଲଭ୍‌ ଆଜ କାଲ-୨ର ସୁଟିଂରେ ବ୍ୟସ୍ତ ଥିବା ଜଣା ପଡ଼ିଛି । ତାଙ୍କୁ ଗୋଟେ ପରେ ଗୋଟେ ଫିଲ୍ମର ଅଫର ମିଳୁଥିବା ବେଳେ ଏବେ ସେ ବିଜ୍ଞାପନ ମଧ୍ୟ କରିବା ଆରମ୍ଭ କରିଛନ୍ତି । ପ୍ରଥମେ ସେ ଶ୍ରଦ୍ଧା କପୁର ଏବଂ ଶ୍ରୁତି ହସନଙ୍କ ସ୍ଥାନ ଅକ୍ତିଆର କରିବା ପରେ ଏବେ ସେ ଅଭିନେତ୍ରୀ ଦିଶା ପଟାନିଙ୍କ ସ୍ଥାନ ନେଇଥିବା ଜଣା ପଡ଼ିଛି । ପୂର୍ବରୁ ଯେଉଁ ବିଜ୍ଞାପନ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ଦିଶା ଥିଲେ ଏବେ ସେହି କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ସାରା ହେବେ ବୋଲି ଜଣା ପଡ଼ିଛି ।

Hindustan Times

ସୂଚନା ମୁତାବକ, ଦିଶା ପୁମା କମ୍ପାନୀ ଛାଡ଼ିବାକୁ ନିଷ୍ପତ୍ତି ନେବା ପରେ କମ୍ପାନୀ ଏକ ନୂଆ ମୁହଁ ଖୋଜିବା ଆରମ୍ଭ କରିଥିଲା । ଏବେ ସେହି ନୂଆ ମୁହଁ ସାରାଙ୍କର ବୋଲି ଜଣା ପଡ଼ିଛି । ଦିଶା ପୁମା ଛାଡ଼ି କେଲ୍‌ଭିନ୍‌ କ୍ଲେନ୍‌ ସହ ହାତ ମିଳାଇବା ପରେ ପୁମା ଏବେ ସାରାଙ୍କୁ ନିଜ ବ୍ରାଣ୍ଡ ଆମ୍ବାସାଡାର କରିବ ବୋଲି ନିଷ୍ପତ୍ତି ନେଇଛି । ଖୁବ୍‌ ଶୀଘ୍ର ଏକ ବିଜ୍ଞାପନରେ ବିରାଟ କୋହଲୀଙ୍କ ସହ ସାରା ନଜର ଆସି ପାରନ୍ତି ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର