ଆଗାମୀ ଚଳଚ୍ଚିତ୍ରରେ ସଲମାନଙ୍କ ସହ ନଜର ଆସିବେ ସାରା

ମୁମ୍ବାଇ: ଖୂବ୍ ଶୀଘ୍ର ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଦବଙ୍ଗ ଖାନ ସଲମାନଙ୍କ ସହ କାମ କରିବେ ବୋଲି ଜଣା ପଡ଼ିଛି। ନିର୍ଦ୍ଦେଶକ ଆନନ୍ଦ ଏଲ୍ ରଏଙ୍କ ଫିଲ୍ମରେ ତାଙ୍କ ସଲମାନଙ୍କ ସହ କାମ କରିବାର ସୁଯୋଗ ମିଳିଥିବା ନେଇ ସୂଚନା ମିଳିଛି। ତେବେ ଫିଲ୍ମର ନାଁ କ’ଣ ରହିବ, ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ।

Image result for sara-ali-khan-to-be-seen-with-salman-khan-in-aanand-l-rai-next-film-rumour-or-truth
Hindi News – India TV

ସୂଚନା ମୁତାବକ, ନିର୍ଦ୍ଦେଶକ ଆନନ୍ଦ ଏଲ ରଏ ସଲମାନଙ୍କୁ ନେଇ ଏକ ଫିଲ୍ମ ତିଆରି କରିବେ ବୋଲି ଚିନ୍ତା କରିଥିବା ବେଳେ ସଲମାନଙ୍କ ସହ କେଉଁ ଅଭିନେତ୍ରୀଙ୍କୁ ନେବେ, ସେ ନେଇ ଅଭିନେତ୍ରୀଙ୍କୁ ବାଛିବା ଆରମ୍ଭ କରିଛନ୍ତି। ଏ ମଧ୍ୟରେ ଶୁକ୍ରବାର ସାରା ଆନନ୍ଦଙ୍କୁ ଦେଖା କରିବ‌େ ପାଇଁ ପହଞ୍ଚିଥିବା ବେଳେ ସଲମାନଙ୍କ ସହ ସାରାଙ୍କୁ କାମ କରିବାର ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। କିନ୍ତୁ ସତରେ ସେ ସଲମାନଙ୍କ ସହ କାମ କରିବେ କି ନାହିଁ, ଏ ନେଇ ଆନନ୍ଦ କୌଣସି ଘୋଷଣା କରି ନାହାନ୍ତି। ଏହା ସହ ଫିଲ୍ମର କାହାଣୀ କ’ଣ ରହିବ ଓ ଏହାର ପ୍ରଯୋଜନା ଦାୟିତ୍ବ କିଏ ନେବେ? ତାହା ମଧ୍ୟ ଜଣା ପଡ଼ି ନାହିଁ।

ସମ୍ବନ୍ଧିତ ଖବର