ଏହି ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌,ଆଲିଆଙ୍କୁ ଲାଗିପାରେ ଝଟ୍‌କା

ମୁମ୍ବାଇ : ଫିଲ୍ମ କେଦାରନାଥର ଟ୍ରେଲର ରିଲିଜ୍‌ ପରେ ଏବେ ଚର୍ଚ୍ଚାରେ ସାରା ଅଲ୍ଲୀ ଖାନ୍‌ । ଟ୍ରେଲରରେ ତାଙ୍କ ଅଭିନୟର ଝଲକ ଦର୍ଶକମାନେ ପ୍ରଥମ ଥର ପାଇଁ ଦେଖିବାକୁ ପାଇଥିବା ବେଳେ ସମସ୍ତେ ତାଙ୍କ ଅଭିନୟକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ତେବେ ଏବେ ସେ ଆଉ ଏକ ନୂଆ କଥାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

ସୂଚନା ମୁତାବକ, ସାରା ନିଜ ପିତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ସହ କରଣ ଜୋହରଙ୍କ ସୋ’ କଫି ଉଇଥ୍‌ କରଣରେ ଯୋଗ ଦେଇଥିଲେ । ଏହି ସମୟରେ ସାରା କାହାକୁ ବିବାହ କରିବାକୁ ଚାହୁଁଥିଲେ ବୋଲି ତାଙ୍କୁ ପଚରାଯାଇଥିଲା।  ଏହାର ଉତ୍ତର ରଖି ସେ ତୁରନ୍ତ ରଣବୀର କପୁରଙ୍କ ନାଁ କହିଥିଲେ । ରଣବୀର କପୁରଙ୍କର ସେ ବଡ଼ ପ୍ରଶଂସକ ଥିବା ବେଳେ ତାଙ୍କୁ ବିବାହ କରିବେ ବୋଲି କହିଥିଲେ ।

ଏହା ପରେ ଏମିତି କେଉଁ ବଲିଉଡ୍‌ କଳାକାରଙ୍କୁ ତୁମେ ଡ଼େଟ୍‌ କରିବାକୁ ଚାହୁଁଛ ବୋଲି ପଚରାଯିବା ପରେ ସାରା କାର୍ତ୍ତିକ ଆର୍ୟନଙ୍କ ନାଁ କହିଥିଲେ । ତେବେ ଫିଲ୍ମର ଟ୍ରେଲର ଦେଖିବା ପରେ ଦର୍ଶକ ତାଙ୍କ ଫିଲ୍ମକୁ ଅପେକ୍ଷା କରି ବସିଛନ୍ତି । ‘କେଦାରନାଥ’ ସହ ସେ ‘ସିମ୍ବା’ର ମଧ୍ୟ ସୁଟିଂ ଜାରି ରଖିଛନ୍ତି ।

ସମ୍ବନ୍ଧିତ ଖବର