ପ୍ରଥମ ଦୁଇଟି ଫିଲ୍ମ ରିଲିଜ ନ ହେଉଣୁ ସାରାଙ୍କୁ ମିଳିଲା ତୃତୀୟ ଫିଲ୍ମର ଅଫର,ଏହି ଖାନ୍ଙ୍କ ସହ ଅଭିନୟ କରିବେ
ମୁମ୍ବାଇ : ବଲିଉଡ୍ର ନବାବ୍ ସୈଫ୍ ଅଲ୍ଲୀ ଖାନ୍ଙ୍କ ଝିଅ ସାରାଙ୍କର ଭାଗ୍ୟ ଚମକିବାରେ ଲାଗିଛି । ପ୍ରଥମ ଫିଲ୍ମ ପରେ ତାଙ୍କୁ ଲଗାତାର ବିଭିନ୍ନ ଫିଲ୍ମର ଅଫର ମିଳିବାରେ ଲାଗିଛି । ଫିଲ୍ମ ‘କେଦାରନାଥ’ ଏବଂ ‘ସିମ୍ବା’ ରିଲିଜ୍ ନ ହେଉଣୁ ତାଙ୍କୁ ତୃତୀୟ ଫିଲ୍ମ ଅଫର କରାଯାଇଥିବା ଜଣାପଡ଼ିଛି । ପ୍ରଥମ ଫିଲ୍ମରେ ସୁଶାନ୍ତ ସିଂ ରାଜପୁତ୍ ଏବଂ ଦ୍ୱିତୀୟ ଫିଲ୍ମରେ ରଣବୀର ସିଂଙ୍କ ସହ ସାରା ରୋମାନ୍ସ କରି ସାରିଥିବା ବେଳେ ଏବେ ତୃତୀୟ ଫିଲ୍ମରେ ସେ ଜଣେ ଖାନ୍ଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି । ସେ ଆଉ କେହି ନୁହନ୍ତି ସାରାଙ୍କ ବାପା ସୈଫ୍ ଅଲ୍ଲୀ ଖାନ୍ ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ଥର ପାଇଁ ସାରା ନିଜ ବାପା ସୈଫ୍ ଅଲ୍ଲୀ ଖାନ୍ଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ଯାଉଥିବା ଖବର ତାଙ୍କ ପ୍ରଶଂସକଙ୍କୁ ଖୁସି କରିଛି । ଏହି ଫିଲ୍ମର କାହାଣୀ ଗୋଟେ ବାପ-ଝିଅର କାହାଣୀ ଉପରେ ଆଧାରିତ ବୋଲି ଶୁଣିବାକୁ ମିଳିଛି, ଯେଉଁଥିରେ ସୈଫ୍ ଏବଂ ସାରା ନଜର ଆସିବେ । ଏହି ଚରିତ୍ର ପାଇଁ ଉଭୟ ସୈଫ୍ ଏବଂ ସାରା ହଁ ଭରିଥିବା ଜଣାପଡ଼ିଛି ।