ସାରାଙ୍କ ଚଳଚ୍ଚିତ୍ର ‘କେଦାରନାଥ’ ସହ ଜେଜେ ନବାବ ପଟୌଦୀଙ୍କର ଏହି ସଂଯୋଗ ରହିଛି

ମୁମ୍ବାଇ: ସୈଫ୍‌ ଅଲ୍ଲୀ ଖାନ ଏବଂ ଅମ୍ରିତା ସିଂହଙ୍କ ସୁପୁତ୍ରୀ ସାରା ଅଲ୍ଳୀ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘କେଦାରନାଥ’ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହି ନବାଗତା ନାୟିକା ଜଣକ କୌଣସି ପୁରୁଖା ନାୟିକାଙ୍କଠାରୁ କମ୍‌ ଲାଗୁନାହାନ୍ତି ଅଭିନୟ କ୍ଷେତ୍ରରେ। ଚଳଚ୍ଚିତ୍ରରେ ସାରାଙ୍କ ଅଭିନୟକୁ ଦର୍ଶକମାନେ ବେଶ୍‌ ପସନ୍ଦ କରିଛନ୍ତି। ଏହା ନିଜର ଡେବ୍ୟୁ ଚଳଚ୍ଚିତ୍ର ହୋଇଥିବାରୁ ସାରାଙ୍କ ପାଇଁ ‘କେଦାରନାଥ’ ବେଶ୍‌ ସ୍ୱତନ୍ତ୍ର ନିଶ୍ଚୟ। ତେବେ, ଏ ଚଳଚ୍ଚିତ୍ରର ଆଉ ଏକ ସ୍ୱତନ୍ତ୍ରତା ହେଉଛି ସାରାଙ୍କ ଜେଜେପବାପାଙ୍କର ଏଥିରେ ରହିଥିବା ସମାନ୍ୟ ସଂଯୋଗ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ସାରାଙ୍କ ଜେଜେବାପା ହେଉଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ୍‌ ଟିମ୍‌ କ୍ୟାପ୍‌ଟେନ୍‌ ମନସୁର୍‌ ଅଲ୍ଲୀ ଖାନ ପଟୌଦୀ। ଏହି ନାମ ସହ ଚଳଚ୍ଚିତ୍ରରେ ସଂଯୋଗ ରହିଛି। ଆପଣ ଦ୍ୱନ୍ଦ୍ୱରେ ପଡ଼ି ଯିବେଣି ନିଶ୍ଚୟ। ସଂଯୋଗଟି ହେଉଛି, ଏହି ଚଳଚ୍ଚିତ୍ରରେ ସାରାଙ୍କ ବିପକ୍ଷରେ ନାୟକ ସାଜିଥିବା ସୁଶାନ୍ତ ସିଂହ ରାଜପୁତଙ୍କ ନାମ ହେଉଛି ମନସୁର୍‌ ଖାନ। ସେ ଏହି ଚଳଚ୍ଚିତ୍ରରେ ଜଣେ ମୁସ୍‌ଲମାନ ପୁଅ ଭାବେ ଅବତ୍ତୀର୍ଣ୍ଣ ହୋଇଛନ୍ତି।

ସମ୍ବନ୍ଧିତ ଖବର