ମାଆଙ୍କ କଥାରେ ବାପା ସୈଫ ଅଲ୍ଲି ଖାନ୍‌ଙ୍କୁ ଝଟକା ଦେଲେ ସାରା !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ସୈଫ୍‌ ଅଲ୍ଲି ଖାନ୍‌ ନିଜ ଝିଅ ସାରା ଅଲ୍ଲୀ ଖାନ୍‌ ଙ୍କ ନିଷ୍ପତ୍ତିକୁ ନେଇ ବିସ୍ମିତ ହୋଇଛନ୍ତି। କଥା କଣ କି ସୈଫ୍‌ଙ୍କ କ୍ୟାରିଅର୍‌ ଭଲ ଚାଲୁନି। ତାଙ୍କ ହାତରେ ସେଭଳି କୌଣସି ବଡ଼ ଫିଲ୍ମ ନାହିଁ। ଏଣେ ସେ ନିଜର କ୍ୟାରିଅର୍‌ ପାଇଁ ଚିନ୍ତିତ ରହିଛନ୍ତି।
ଏହି ସମସ୍ୟାରୁ ସୈଫ୍‌ଙ୍କୁ ରକ୍ଷା କରିବା ଲାଗି ‘ଫିଲ୍ମିସ୍ତାନ’ ଭଳି ସୁପରହିଟ୍‌ ଫିଲ୍ମର ନିର୍ଦ୍ଦେଶକ ନିତିନ କକ୍‌ଡ ଏକ ଯୋଜନା କରିଥିଲେ। ସେ ସୈଫ୍‌ ଓ ସାରାଭ୍କୁ ଆଖି ଆଗରେ ରଖି ଏକ ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ କରିଲେ। ଏହି ସିନେମାର ସୈଫ୍‌ ଅଲ୍ଲୀ ଖାନ୍‌ ପିତା ଓ ସାରା ତାଙ୍କର କନ୍ୟା ଭୂମିକାରେ ଅଭିନୟ କରିବାର ଥିଲା।
ନିତିନ କକଡଙ୍କ କାହାଣୀ ଶୁଣିବା ପରେ ସୈଫ୍‌ ଓ ସାରା ଦୁହେଁ ଉତ୍ସାହିତ ଥିଲେ। ସୈଫ୍‌ ଏହି ଫିଲ୍ମ ପାଇଁ ଚୁକ୍ତିବଦ୍ଧ ବି ହୋଇଗଲେ। କିନ୍ତୁ ସାରା ଅଲ୍ଲୀ ଖାନ୍‌ ନିର୍ଦ୍ଦେଶକଙ୍କୁ ଧରା ଛୁଆଁ ଦେଲେନି। ଏଣେ ସେ ଅନ୍ୟ ଏକ ସିନେମା ସାଇନ୍‌ କରିଲେ।
ସାରା ଅଲ୍ଳୀ ଖାନ୍‌ ଜଣାଶୁଣା ଦିନେଶ ବିଜନଙ୍କ ହିଟ୍‌ ଫିଲ୍ମ ‘ହିନ୍ଦୀ ମିଡିଅମ୍‌’ର ସିକ୍ୱେଲ୍‌ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ଏହି ସିନେମାରେ ସାରାଙ୍କୁ ଅଭିନେତା ଇରଫାନ୍‌ ଖାନ୍‌ଙ୍କ ଝିଅ ଭୂମିକାରେ ଦେଖିବାକୁ ମିଳିବ। ଇରଫାନ୍‌ ଏବେ ସୁସ୍ଥ ହେଉଛନ୍ତି। ସେ ଖୁବ୍‌ ଶୀଘ୍ର ଏହି ଫିଲ୍ମର ସୁଟିଂ କରିବେ ବୋଳି ଜଣାଯାଉଛି।
ସାରା ନିତିନ କକ୍‌ଡଙ୍କୁ ମନା କରିବା ପରେ ନିର୍ଦ୍ଦେଶକ ସେହି ଫିଲ୍ମକୁ ଥଣ୍ଡା ବାକ୍ସରେ ରଖିଦେଲେ।ଏଣେ ଶୁଣିବାକୁ ମିଳୁଛି ଯେ ସାରା ମାଆ ଅମ୍ରିତା ସିଂହଙ୍କ କଥାରେ ଏଭଳି ପଦକ୍ଷେପ ନେଇଛନ୍ତି।


ଏଣେ ସୈଫ୍‌ ଅଲ୍ଲୀ ଖାନ୍‌ ଯେଉଁ ଡେଟ୍‌ସ ନିତିନ କକ୍‌ଡଙ୍କ ଫିଲ୍ମ ପାଇଁ ଦେଇଥିଲେ, ତାହା ଏବେ ପ୍ରଖ୍ୟାତ ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ‘ଲାଇଫ୍‌ ଇନ୍‌ ଏ ମେଟ୍ରୋ’ର ସିକ୍ୱେଲକୁ ଦେଇଛନ୍ତି। ଏହି ଫିଲ୍ମ ଅନୁରାଗ ସୈଫ୍‌ଙ୍କ ସହିତ କରିନା କପୁର ଖାନ୍‌ଙ୍କୁ ବି ନେବାକୁ ଚାହାଁନ୍ତି।

ସମ୍ବନ୍ଧିତ ଖବର