ସୋସିଆଲ ମିଡିିଆରେ ନକଲି ଆକାଉଣ୍ଟ କରି ଏଭଳି କାମ କରିଥାନ୍ତି ସାରା ଅଲ୍ଲୀ ଖାନ୍‌, ସାକ୍ଷାତକାରରେ ସାମ୍ନାକୁ ଆସିଲା ସତ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ଅଭିନେତ୍ରୀ ଅମୃତା ସିଂହଙ୍କ ତନୟା ସାରା ଅଲ୍ଲୀ ଖାନ୍‌ ଏବେ ନିଜ ବଲିଉଡ୍‌ କ୍ୟରିୟରକୁ ନେଇ ଚର୍ଚ୍ଚାରେ । ଫିଲ୍ମ ‘କେଦାରନାଥ’ ତାଙ୍କ ଡ଼େବ୍ୟୁ ଫିଲ୍ମ ହୋଇଥିବା ବେଳେ ପ୍ରଥମ ଫିଲ୍ମ ରିଲିଜ୍‌ ନ ହେଉଣୁ ଆଉ ଦୁଇଟି ଫିଲ୍ମ ତାଙ୍କ ହାତକୁ ଆସି ସାରିଛିା ରଣବୀର ସିଂହଙ୍କ ସହ ଫିଲ୍ମ ‘ସିମ୍ବା’ରେ ସେ କାମ କରିଥିବା ବେଳେ ଅଭିନେତା କାର୍ତ୍ତିକ ଆର୍ୟ୍ୟନଙ୍କ ସହ ଅନ୍ୟ ଏକ ଫିଲ୍ମ କାମ କରିବେ ବୋଲି ଖବର ମିଳିଛି । ତେବେ ଫିଲ୍ମ ସହ ଏବେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି ।

Times Now

ସୂଚନା ମୁତାବକ,ଫିଲ୍ମ ‘କେଦାରନାଥ’ ପାଇଁ ସାରା ଫିଲ୍ମ କ୍ରିଟିକ୍ସ ଅନୁପମା ଚୋପ୍ରାଙ୍କୁ ସାକ୍ଷାତକାର ଦେଇଥିବା ବେଳେ ତାଙ୍କର ଟୁଇଟ୍‌ର ଆକାଉଣ୍ଟ ଅଛି କି ନାହିଁ ବୋଲି ପଚରାଯାଇଥିଲା । ଯାହାର ଉତ୍ତରରେ ଏବେ ନାହିଁ, ଆଗକୁ କରିବି ବୋଲି କହିଥିଲେ ସାରା । କିନ୍ତୁ ତାଙ୍କର ଏକ ନକଲି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ରହିଛି ବୋଲି କହିଥିଲେ ସାରା । ତାଙ୍କ କହିବା ଅନୁଯାୟୀ, ମୁଁ ଜଣେ ସାଧାରଣ ମଣିଷ । ମୁଁ ମୋ ନକଲି ଆକାଉଣ୍ଟ ଜରିଆରେ ସବୁ ମଡ଼େଲଙ୍କ ଫଟୋ ଲାଇକ୍‌ କରିଥାଏ । ଯାହା ବିଷୟରେ କେହି ଜାଣି ପାରି ନଥାନ୍ତି ।

ସମ୍ବନ୍ଧିତ ଖବର