କାହା ସହ ମସ୍ତି କରୁଛନ୍ତି ସାରା ଅଲ୍ଲୀ ଖାନ୍‌ ?

ମୁମ୍ବାଇ : ବଲିଉଡର ଛୋଟେ ନବାବ୍‌ ସୈଫ୍‌ ଅଲ୍ଲୀ ଖାନ୍‌ ଓ ଅଭିନେତ୍ରୀ ଅମ୍ରିତା ସିଂହଙ୍କ ଝିଅ ସାରା ଅଲ୍ଲୀ ଖାନ୍‌ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।
ଏବେ ସେ ପୁଣି ଚର୍ଚ୍ଚାରେ ରହିଛନ୍ତି ନିଜର ନୂଆ ସିନେମା ‘ସିମ୍ବା’ କୁ ନେଇ। ସାରା ଅଲ୍ଲୀ ଖାନ୍‌ ଏବେ ସୁଇଜରଲାଣ୍ଡରେ ଅଛନ୍ତି। ସେଠାରେ ଜଣେ ବ୍ୟକ୍ତିଙ୍କ ସହିତ ସାରା ଏବେ ସୁଇଜରଲାଣ୍ଡ ଭ୍ରମଣର ମଜା ଉଠାଉଛନ୍ତି। ଏହାକୁ ସାରାଙ୍କର ଟ୍ରାଭେଲ୍‌ ମସ୍ତି ବୋଲି କୁହାଯାଉଛି।
ଏବେ ଆପଣମାନେ ଜାଣିବାକୁ ଚାହିଁବେ ଯେ କାହା ସହିତ ଏଭଳି କାମ କରୁଛନ୍ତି ସାରା। ସେ ହେଉଛନ୍ତି ‘’ସିମ୍ବା’ର ନିର୍ଦ୍ଦେଶକ ରୋହିତ ସେଟ୍ଟୀ। ସୁଇଜରଲାଣ୍ଡର ସୁଟିଂ ବେଳେ ସମୟ ବାହାର କରି ରୋହିତ ଓ ସାରା ସେଠାକାର ସୁନ୍ଦର ଜାଗା ସବୁ ବୁଲୁଛନ୍ତି। ସେହି ସମୟର ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ସେଆର୍‌ କରିଛନ୍ତି ସାରା ଓ ରୋହିତ।


‘ସିମ୍ବା’ରେ ସାରା ଅଲ୍ଲୀ ଖାନ୍‌ ପ୍ରଥମଥର ପାଇଁ ରଣବୀର ସିଂହଙ୍କ ନାୟିକା ବନିଛନ୍ତି। ଏଥିରେ ଅଜୟ ଦେବଗନ୍‌ ଓ ଅନୀଲ କପୁରଙ୍କ ପରି ଦକ୍ଷ ଅଭିନେତା ବି ଅଛନ୍ତି। ଏହି ଫିଲ୍ମ ସମ୍ଭବତଃ ସାରାଙ୍କର ପ୍ରଥମ ମୁକ୍ତିପ୍ରାପ୍ତ ସିନେମା ହେବ। କାରଣ ତାଙ୍କର ଡେବ୍ୟୁ ଫିଲ୍ମ ‘କେଦାରନାଥ୍‌’ର ରିଲିଜ୍‌ ତାରିଖ ନିର୍ଦ୍ଧାରିତ ହୋଇ ନାହିଁ। କିନ୍ତୁ ‘ସିମ୍ବା’ ଡିସେମ୍ବର ମାସରେ ରିଲିଜ୍‌ ହେବା ଥୟ।

ସମ୍ବନ୍ଧିତ ଖବର