ଆମକୁ କଷ୍ଟ କରିବାକୁ ପଡ଼େ, କିନ୍ତୁ ସେ ଘରୁ ବାହାରୁ ବାହାରୁ ଖବର ତିଆରି ହୋଇଯାଏ: ତୈମୁରଙ୍କୁ ନେଇ ଏଭଳି ମତ ରଖିଲେ ସାରା

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ପୁଅ ତୈମୁର ଭାରତର ଘରେଘରେ ଲୋକପ୍ରିୟ । କୌଣସି ଫିଲ୍ମ ନ କରି ମଧ୍ୟ ସେ ନିଜ ପରିବାରର ସବୁଠାରୁ ବଡ଼ ଷ୍ଟାର ପାଲଟି ଯାଇଛନ୍ତି । ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ ଲୋକେ ଅନାଇ ବସିଥିବା ବେଳେ ତାଙ୍କର ଗୋଟେ ଗୋଟେ ଫଟୋ ଏବେ ଠାରୁ ୧୫୦୦ଟଙ୍କାରେ ବିକ୍ରି ହେବାରେ ଲାଗିଛି । ଏତେ କମ ବୟସରୁ ଏତେ ଲୋକପ୍ରିୟତା ପାଇବା ପରେ ତାଙ୍କ ସାବତ ଭଉଣୀ ସାରା ଅଲ୍ଲୀ ଖାନ୍‌ ତାଙ୍କୁ ପଟୌଦି ପରିବାରର ସବୁଠାରୁ ବଡ଼ ଷ୍ଟାର ବୋଲି କହିଛନ୍ତି ।

Times Now

ସାରାଙ୍କ କହିବା ଅନୁଯାୟୀ, ଆମକୁ ଚର୍ଚ୍ଚାରେ ରହିବାକୁ କଷ୍ଟ କରିବାକୁ ପଡ଼େ । କିନ୍ତୁ ସେ ଘରୁ ବାହାରୁ ବାହାରୁ ହିଁ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥାଏ । ଏତେ କମ ବୟସରୁ ଲୋକେ ତୈମୁରଙ୍କୁ ଆମମାନଙ୍କଠାରୁ ଅଧିକ ଭଲ ପାଇବା ଦେଇଛନ୍ତି । କୌଣସି ଫିଲ୍ମ ନ କରି ସେ ଏତେ ଚର୍ଚ୍ଚାରେ ରହିଥିବାରୁ ସେ ଆମ ପରିବାରର ସବୁଠାରୁ ବଡ଼ ଷ୍ଟାର ।

ସମ୍ବନ୍ଧିତ ଖବର