କାଷ୍ଟିଙ୍ଗ କାଉଚ୍‌ ଉପରେ ସରୋଜ୍‌ ଖାନ୍‌ଙ୍କ ମତକୁ ନେଇ ବଲିଉଡରେ ଝଡ଼: ବିରୋଧ କଲେ  ଶ୍ରୀ ରେଡ୍ଡୀ, ସାଫି ଚୌଧୁରୀ ଓ ମିନି ମାଥୁର

ମୁମ୍ବାଇ : ମନୋରଞ୍ଜନ ଦୁନିଆରେ କାଷ୍ଟିଙ୍ଗ କାଉଚ୍‌କୁ ନେଇ ପୂର୍ବରୁ ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ ନିଜର ମତ ରଖିଛନ୍ତି ପ୍ରଖ୍ୟାତ କୋରିଓଗ୍ରାଫର ସରୋଜ ଖାନ୍‌ । ବହୁ ବର୍ଷ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କଟାଇ ସାରିଥିବା ବେଳେ କାଷ୍ଟିଙ୍ଗ କାଉଚ୍‌କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି । କାଷ୍ଟିଙ୍ଗ କାଉଚ୍‌ର ଶିକାର ହୋଇଥିବାର ଅଭିଯୋଗ ଆଣିଥିବା ଶ୍ରୀ ରେଡ୍ଡୀଙ୍କ ବିରୋଧରେ ନିଜର ମତ ରଖିଥିବା ଜଣାପଡ଼ିଛି । ଏହି ବିଷୟରେ ଜାଣିବା ପରେ ଶ୍ରୀ ରେଡ୍ଡୀ ସରୋଜ ଖାନ୍‌ଙ୍କ ପ୍ରତି ଥିବା ତାଙ୍କର ସମ୍ମାନ କମି ଯାଇଛି ବୋଲି କହିଛନ୍ତି । ଖାଲି ସେ ନୁହେଁ ବଲିଉଡ଼ରେ ଅନେକ କଳାକାର ସରୋଜ ଖାନ୍‌ଙ୍କ ଏହି ସ୍ପଷ୍ଟୀକରଣକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କୁ ଶ୍ରୀ ରେଡ୍ଡୀଙ୍କ ଉପରେ ହୋଇଥିବା ଅତ୍ୟାଚାର ଉପରେ ନିଜର ମତ ରଖିବାକୁ କୁହାଯାଇଥିଲା । ଏହା ଶୁଣିବା ପରେ ସେ କହିଥିଲେ, ଏଭଳି ଜିନିଷ ପୁରୁଣା ଜମାନାରୁ ଚାଲି ଆସୁଛି । ସବୁ ଝିଅଙ୍କର କିଏ ନା କିଏ ଫାଇଦା ନେବାକୁ ଚେଷ୍ଟା କରିଥାନ୍ତି । ସରକାର ମଧ୍ୟ । ସରାକାରୀ ବାବୁ ମଧ୍ୟ ମହିଳାମାନଙ୍କ ସହ ଯୌନ ଅସଦାଚରଣ କରୁଛନ୍ତି । ଆପଣମାନେ ଫିଲ୍ମ ଇଣ୍ଡଷ୍ଟ୍ରି ପଛରେ କାହିଁକି ପଡ଼ିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୁବତୀମାନଙ୍କ ସହ ଦୁଷ୍କର୍ମ କରି ଛାଡ଼ି ଦିଆ ଯାଏ ନାହିଁ । ସେମାନଙ୍କୁ ରୋଜଗାର ଦିଆଯାଏ ବୋଲି ସେ ନିଜର ମତ ରଖିଥିଲେ ।

ସରୋଜଙ୍କ ଏହି ମତକୁ ବଲିଉଡ଼ର କିଛି କଳାକାର ଏହାକୁ ବିରୋଧ କରିଥିଲେ । ବ୍ରିଟିଶ ଅଭିନେତ୍ରୀ ଏବଂ ମଡ଼େଲ ସୋଫି ଚୌଧୁରୀ ଏବଂ ଟିଭି ହୋଷ୍ଟ ମିନି ମାଥୁର୍‌ ଟ୍ଵିଟ୍‌ କରି ସରୋଜ ଖାନ୍‌ ଦେଇଥିବା ମତକୁ ନାପସନ୍ଦ କରିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର