ବଲିଉଡ୍‌ ଅଭିନେତାଙ୍କ ମା’ଙ୍କୁ କରୋନା, ହସ୍‌ପିଟାଲ୍‌ରେ ବେଡ ନମିଳିବାରୁ ଭାବୁକ ହୋଇ ଯାଇଥିଲେ ସତ୍ୟଜିତ ଦୁବେ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସତ୍ୟଜିତ ଦୁବେଙ୍କ ମା’ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ସତ୍ୟଜିତଙ୍କ ମା’ଙ୍କୁ ନିକଟରେ ଜ୍ୱର, କାଶ ଓ ଥଣ୍ଡା ହେବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତର କରୋନା ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏହି ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଫଳାଫଳ ଶୁଣିବା ପରେ ସତ୍ୟଜିତ ବିଚଳିତ ହୋଇଯାଇଥିଲେ। ଏହି ଖବରକୁ ସତ୍ୟଜିତ ନିଜେ ତାଙ୍କ ପ୍ରଶଂସକଙ୍କୁ ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି।

Satyajeet Dubey's mother tests positive for Coronavirus, the ...
PeepingMoon.com

ପ୍ରକାଶିତ ରିପୋର୍ଟ ମୁତାବକ ସତ୍ୟଜିତଙ୍କ ମା’ ମାଇଗ୍ରେନ୍‌ରେ ପୀଡ଼ିତ ଅଛନ୍ତି। ପାଖାପାଖି ୧୦ଦିନ ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯାଇଥିଲା। ତାଙ୍କୁ ଜ୍ୱର ହେବା ସହିତ ବାନ୍ତି ବି  ହୋଇଥିଲା। ଏହାପରେ ତାଙ୍କ ଶରୀରରେ ପୀଡ଼ା ଆରମ୍ଭ ହୋଇଯାଇଥିଲା। ତେଣୁ ଚିକିତ୍ସା ପାଇଁ ମା’ଙ୍କୁ ମୁମ୍ବାଇର ଏକ ହସ୍‌ପିଟାଲ୍‌ ନିଆଯାଇଥିଲା। ସେଠାରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। କରୋନା ରିପୋର୍ଟ ସେଠାରେ ପଜିଟିଭ୍‌ ଆସିବା ପରେ ସତ୍ୟଜିତଙ୍କ ମା’ଙ୍କୁ ସମସ୍ତଙ୍କ ଠାରୁ ଅଲଗା କରି ଆଇସୋଲେସନ୍‌ରେ ରଖାଯାଇଛି।

Bollywood Actor Satyajeet Dubey Mother Coronavirus Report Positive ...
Patrika

ସତ୍ୟଜିତ କହନ୍ତି, ମା’ଙ୍କୁ ହସ୍‌ପିଟାଲ୍‌ ବେଡରେ ଭର୍ତ୍ତି କରିବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ିଥିଲା। କାରଣ ମା’ଙ୍କ ପାଇଁ ମୋତେ ହସ୍‌ପିଟାଲ୍‌ରେ ବେଡ ମିଳୁ ନଥିଲା। ଏହାପରେ ମୁଁ ମୋର କିଛି ସମ୍ପର୍କୀୟଙ୍କ ସାହାଯ୍ୟରେ ହସ୍‌ପିଟାଲ୍‌ରେ ବେଡ ପାଇଥିଲି। ଏହି ଘଟଣାକୁ ନେଇ ମୁଁ ଅତ୍ୟନ୍ତ ଭାବୁକ ହୋଇଯାଇଥିଲି।

 

 

View this post on Instagram

 

We shall over come, sooner than later. Love and light.

A post shared by सत्यजीत/Satyajeet Dubey (@satyajeetdubey) on

ସମ୍ବନ୍ଧିତ ଖବର