ଏହି କାରଣରୁ ଜନ୍‌ଙ୍କ ‘ସତ୍ୟମେବ ଜୟତେଃ’ ଚଳଚ୍ଚିତ୍ରକୁ ମିଳିଛି ‘ଏ’ ସାର୍ଟିଫିକେଟ୍‌

ମୁମ୍ବାଇ: ଆଗାମୀ ୧୫ ତାରିଖରେ ରିଲିଜ୍‌ ହେବାକୁ ଯାଉଛି ଅଭିନେତା ଜନ୍‌ ଇବ୍ରାହିମ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ସତ୍ୟମେବ ଜୟତେଃ’। ଏହି ଚଳଚ୍ଚିତ୍ରରେ ମନୋଜ ବାଜପେୟୀ ବି ନଜର ଆସିବେ। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଜନ୍‌ଙ୍କର ଏହି ଚଳଚ୍ଚିତ୍ରକୁ ‘ଏ’(ଆଡଲ୍‌ଟ) ସାର୍ଟିଫିକେଟ୍‌ ମିଳିଛି।

ଏ ସଂପର୍କରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ମିଲାପ ଜବେରି କହନ୍ତି, ‘ଚଳଚ୍ଚିତ୍ରଟିକୁ ‘ଏ’ ସାର୍ଟିଫିକେଟ୍‌ ମିଳିଛି ସତ ମାତ୍ର ଏଥିରେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଭ୍ରଷ୍ଟାଚାର ବିରୋଧରେ ହେଉଥିବା ଯୁଦ୍ଧ ସମୟରେ ଚଳଚ୍ଚିତ୍ରଟିରେ ବହୁ ଟାଣ ଭାଷା ପ୍ରୟୋଗ ହୋଇଛି, ଏହା ବ୍ୟତୀତ ମାଡ଼ପିଟା ଆଦି ଦୃଶ୍ୟ ରହିଥିବାରୁ ଏହାକୁ ଆଡଲ୍‌୍‌ଟ ବା ‘ଏ’ ସାର୍ଟିଫିକେଟ୍‌ ମିଳିବା କିଛି ଅପୂର୍ବ କଥା ନୁହେଁ। ଚଳଚ୍ଚିତ୍ରରେ ସାମାନ୍ୟ ଆକ୍ସନ ଦୃଶ୍ୟ ବି ଅଛି।’

ଏହି ଦୃଷ୍ଟିରୁ ଚଳଚ୍ଚିତ୍ରଟିକୁ ‘ଏ’ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି। ନଚେତ ଏଥିରେ କୌଣସି ଅନ୍ତରଙ୍ଗ ଦୃଶ୍ୟ କିମ୍ବା ଦ୍ୱିଅର୍ଥବୋଧକ ଶବ୍ଦ ପ୍ରୟୋଗ କରାଯାଇ ନାହିଁ। ଚଳଚ୍ଚିତ୍ରଟିରେ ଜନ୍‌ ଓ ମନୋଜଙ୍କ ବ୍ୟତୀତ ପ୍ରମୁଖ ଭୂମିକାରେ ଅଛନ୍ତି ଆଇଶା ଶର୍ମା, ଅମୃତା ଖାନଭିଲକର୍‌, ତୋତା ରଏ ଚୌଧୁରୀ, ଦେବଦତ୍ତ ନାଗେ ଓ ନୋରା ଫତେହି ଇତ୍ୟାଦି।

ସମ୍ବନ୍ଧିତ ଖବର