କାମ ନ ମିଳିବାରୁ ଅଭିନୟ ଛାଡ଼ି ଏବେ ସିକ୍ୟୁରିଟି ଗାର୍ଡ଼ ସାଜିଛନ୍ତି ସବି ସିଦ୍ଧୁ, ସାହାଯ୍ୟର ହାତ ବଢ଼ାଇଲେ ରାଜକୁମାର ରାଓ ଏବଂ ଅନୁରାଗ କଶ୍ୟପ

ମୁମ୍ବାଇ : ବ୍ଲାକ୍‌ ଫ୍ରାଇଡେ, ଗୁଲାଲ ଏବଂ ପଟିଆଲା ହାଉସ୍‌ ଭଳି ଫିଲ୍ମ କରିଥିବା ଅଭିନେତା ସବି ସିଦ୍ଧୁ ଏବେ ସିକ୍ୟୁରିଟି ଗାର୍ଡ ସାଜିଥିବା ଜଣା ପଡ଼ିଛି । କାମ ନ ମିଳିବାରୁ ସବି ଏହି କାମ କରିବାକୁ ବାଧ୍ୟ ହୋଇଛନ୍ତି । ବଲିଉଡ୍‌ ଫିଲ୍ମରେ କାମ କରିବାର ସୁଯୋଗକୁ ଅପେକ୍ଷା କରି କରି ସବିଙ୍କ ଘରର ଆର୍ଥିକ ଅବସ୍ଥା ଖରାପ ହେବାକୁ ଲାଗିଥିଲା । ଯାହା ପାଇଁ ସେ ବାଧ୍ୟ ହୋଇ ସିକ୍ୟୁରିଟି ଗାର୍ଡର ଚାକିରି କରିବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କୁ ସିକ୍ୟୁରିଟି ଗାର୍ଡର ପୋଷାକରେ ଦେଖି ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଥିବା ବେଳେ ବଲିଉଡ୍‌ରେ ଥିବା ତାଙ୍କ ବନ୍ଧୁମାନଙ୍କୁ ଏହି ଖବର ଆଶ୍ଚର୍ଯ୍ୟ କରିଛି । ସବିଙ୍କ ଏଭଳି ଅବସ୍ଥା ଦେଖି ଅଭିନେତା ରାଜକୁମାର ରାଓ ଏବଂ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିବା ଜଣା ପଡ଼ିଛି ।

TNT-The NorthEast Today

ଦୁହେଁ ସୋସିଆଲ ମିଡିଆରେ ସବିଙ୍କ ପାଇଁ ପୋଷ୍ଟ କରି ବଲିଉଡ୍‌ କଳାକାରମାନଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି । ରାଜକୁମାର କାଷ୍ଟିଙ୍ଗ୍‌ କରୁଥିବା ନିଜ ସାଙ୍ଗ ସହ ସବିଙ୍କୁ ସୁଯୋଗ ଦେବା ପାଇଁ କହିବେ ବୋଲି ଲେଖି ଟୁଇଟ୍‌ କରିଥିବା ବେଳେ ଅନୁରାଗ କଶ୍ୟପ ନିଜ ୩ଟି ଫିଲ୍ମରେ ସବିଙ୍କୁ ସୁଯୋଗ ଦେବେ ବୋଲି ଟୁଇଟ୍‌ କରି ଜଣାଇଛନ୍ତି । ଏହା ସହ କାମ ନ ମିଳିବା ପରେ ମଦ ପିଇ ନିଜ ଜୀବନ ନଷ୍ଟ କରିବା ପରିବର୍ତ୍ତେ ସେ ଏଭଳି କଷ୍ଟ କାମ କରିବାକୁ ଚିନ୍ତା କରିଥିଲେ । ଏ ନେଇ ମୋ ମନରେ ତାଙ୍କ ପାଇଁ ସମ୍ମାନ ବଢ଼ି ଯାଇଥିବା ଲେଖିଛନ୍ତି ଅନୁରାଗ ।

ସମ୍ବନ୍ଧିତ ଖବର