ଜାଣନ୍ତୁ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ ସହ ଜଡ଼ିତ ୭ଟି ରୋଚକ କଥା

ମୁମ୍ବାଇ: ନଭେମ୍ବର ୮ ତାରିଖରେ ରିଲିଜ୍‌ ହୋଇଛି ଆମୀରଙ୍କ ଚଳଚ୍ଚିତ୍ର ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ ଫିଲ୍ମରେ ଅଭିନେତା ଆମୀର ଖାନ୍‌, ବିଗ୍‌ ବି ଅମିତାଭ ବଚ୍ଚନ, ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଅଭିନେତ୍ରୀ ଫାତିମା ଶେଖ୍‌ଙ୍କୁ ଦର୍ଶକ ଦେଖିବାକୁ ପାଇବା ସହ ଫିଲ୍ମର କାହାଣୀ ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ଆଶା ବାନ୍ଧିଛନ୍ତି ନିର୍ମାତା । ତେବେ ଫିଲ୍ମ  ଜଡ଼ିତ କେତୋଟି ଗୁପ୍ତ କଥା ସାମ୍ନାକୁ ଆସିଛି । ଆସନ୍ତୁ ଜାଣିବା ସେ ବିଷୟରେ….

୧.ଫିଲ୍ମର କାହାଣୀ ମେଡୋଜ୍‌ ଟେଲରଙ୍କ ଉପନ୍ୟାସ ‘କନ୍‌ଫେସନ୍‌ ଅଫ୍‌ ଏ ଠଗ୍‌’ ଉପରେ ଆଧାରିତ ବୋଲି ଜଣାପଡ଼ିଛି । ଏହି ଉପନ୍ୟାସ ୧୮୩୯ରେ ପ୍ରକାଶ କରାଯାଇଥିଲା ।
୨.ପ୍ରଥମେ ଏହି ଫିଲ୍ମ ରିତିକ୍‌ ରୋଶନଙ୍କୁ ଅଫର କରାଯାଇଥିବା ବେଳେ ତାଙ୍କୁ ଫିଲ୍ମର ସ୍କ୍ରିପ୍ଟ ପସନ୍ଦ ନ ଆସିବାରୁ ସେ ଫିଲ୍ମ କରିବାକୁ ମନା କରି ଦେଇଥିଲେ । ଯାହା ପରେ ଫିଲ୍ମଟି ଆମୀର ଖାନ୍‌ଙ୍କୁ ଅଫର କରାଯାଇଥିଲା ।

The Indian Express

୩. ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଅଭିନେତା ଆମୀର ଖାନ୍‌ ଏବଂ ବିଗ୍‌ ବି ଅଭିତାଭ ବଚ୍ଚନ ଏକା ସାଙ୍ଗରେ ସ୍କ୍ରିନ୍‌ ସେୟାର କରିଛନ୍ତି ।
୪. ଫିଲ୍ମର କିଛି ଦୃଶ୍ୟ ଥାଇଲାଣ୍ଡରେ ସୁଟିଂ କରାଯାଇଛି ।
୫. ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ ସହ ସାମଞ୍ଜସ୍ୟ’ ରଖୁଥିବା କାହାଣୀ ବା ଚରିତ୍ର ପୂର୍ବରୁ ଅନ୍ୟ କୌଣସି ଫିଲ୍ମରେ ଦେଖାଯାଇ ନାହିଁ ।
୬.ଏହି ଫିଲ୍ମରେ ଭିଏଫ୍‌ଏକ୍ସ ଏବଂ ଟେକ୍‌ନିକାଲ ଟିମ୍‌କୁ ହଲିଉଡ୍‌ରୁ ଅଣା ଯାଇଥିଲା ।
୭.ଏହି ଫିଲ୍ମ ହିନ୍ଦୀ ଭାଷା ସହିତ ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ରିଲିଜ୍‌ କରାଯିବ ।

ସମ୍ବନ୍ଧିତ ଖବର