‘ସିକ୍ରେଟ ସୁପରଷ୍ଟାର’ ରେକର୍ଡ ସୃଷ୍ଟିକାରୀ ‘ଦଙ୍ଗଲ’ ସିନେମା ଠାରୁ ବି ବଡ଼ ଫିଲ୍ମ: ଅମିର

ଅମିର୍‌ ଖାଁଙ୍କ ଫିଲ୍ମକୁ ନେଇ ଲୋକଙ୍କ ଭିତରେ ସବୁବେଳେ କୌତୂହଳ ଓ ଉତ୍କଣ୍ଠା ଥାଏ। ତେବେ ତାଙ୍କ ଫିଲ୍ମ ବିଷୟରେ ସମସ୍ତେ ଚର୍ଚ୍ଚା କରୁଥିବାବେଳେ ତା’ର କାହାଣୀ ଆଦିକୁ କିନ୍ତୁ ଶେଷ ପର୍ଯ୍ୟନ୍ତ ଯଥାସମ୍ଭବ ଗୋପନ ରଖା ଯାଇଥାଏ। ଏଇ ୧୯ ତାରିଖରେ ରିଲିଜ୍‌ ହେବାକୁ ଯାଉଥିବା ଅମିର୍‌ଙ୍କ ଫିଲ୍ମ ‘ସିକ୍ରେଟ୍‌ ସୁପର୍‌ଷ୍ଟାର୍‌’ କ୍ଷେତ୍ରରେ ମଧ୍ୟ ଠିକ୍‌ ସେମିତି ଘଟୁଛି। ‘ସିକ୍ରେଟ୍‌ ସୁପର୍‌ଷ୍ଟାର୍‌’ ସଂପର୍କରେ ସବିଶେଷ ତଥ୍ୟ ଏବେ ବି ସିକ୍ରେଟ୍‌ ଅଛି।

‘ସିକ୍ରେଟ୍‌ ସୁପର୍‌ଷ୍ଟାର୍‌’ର ନିର୍ଦ୍ଦେଶକ ହେଉଛନ୍ତି ଅଦୈତ୍ୟ ଚନ୍ଦନ। ଏଥିରେ ମୁଖ୍ୟ ଭୂମିକାରେ ଅମିର୍‌ଙ୍କ ସହିତ ଆହୁରି ଅଛନ୍ତି ଜାଇରା ଓ୍ଵାସିମ୍‌ ଓ ମେହେର୍‌ ଭିଜ୍‌। ଆପଣ ଏଇ ଜାଇରାଙ୍କୁ ଅମିର୍‌ଙ୍କ ପୂର୍ବ ଫିଲ୍ମ ‘ଦଙ୍ଗଲ୍‌’ରେ ଦେଖିଛନ୍ତି। ଏବେ ଅମିର୍‌ ତ ତାଙ୍କର ପ୍ରଶଂସାରେ ପୂରା ଶତମୁଖ। ଅମିର୍‌ ନିକଟରେ ଏକ ସାକ୍ଷାତକାର ଅବସରରେ କହିଛନ୍ତି, ଜାଇରା ହେଉଛନ୍ତି ବଲିଉଡ୍‌ର ସବୁଠୁ ଦକ୍ଷ ଅଭିନେତ୍ରୀଙ୍କ ଭିତରୁ ଜଣେ!

ଉଲ୍ଲେଖନୀୟ ଯେ ‘ସିକ୍ରେଟ୍‌ ସୁପର୍‌ଷ୍ଟାର୍‌’ ତିଆରି ହୋଇଛି ଅମିର୍‌ ଓ ତାଙ୍କ ପତ୍ନୀଙ୍କର ଅମିର୍‌ ଖାଁ ପ୍ରଡକ୍ସନ୍‌ ବ୍ୟାନର୍‌ରେ। ଏ ବ୍ୟାନର୍‌ରେ ତିଆରି ହୋଇଥିବା ଫିଲ୍ମ ‘ତାରେ ଜମିଁ ପର୍‌’ ରିଲିଜ୍‌ ହୋଇଥିଲା ୨୦୦୭ ମସିହାରେ। ସେ ଫିଲ୍ମଟି ସୁପର୍‌ହିଟ୍‌ ହୋଇଥିଲା। ନିଜେ ଅମିର୍‌ ‘ସିକ୍ରେଟ୍‌ ସୁପର୍‌ଷ୍ଟାର୍‌’ର ସଫଳତାକୁ ନେଇ ବହୁତ ଆଶାବାଦୀ।

ଅମିର୍‌ କହିଛନ୍ତି, ‘ସିକ୍ରେଟ୍‌ ସୁପର୍‌ଷ୍ଟାର୍‌’ ତାଙ୍କର ରେକର୍ଡ ସୃଷ୍ଟିକାରୀ ଫିଲ୍ମ ‘ଦଙ୍ଗଲ୍‌’ଠାରୁ ମଧ୍ୟ ବଡ଼ ଫିଲ୍ମ! ଉଲ୍ଲେଖନୀୟ ଯେ ୨୦୧୫ ମସିହାରେ ଏ ଫିଲ୍ମର ଘୋଷଣା କରା ଯାଇଥିଲା। ପ୍ରଥମେ ଏହାର ଶୀର୍ଷକ ରଖା ଯାଇଥିଲା ‘ଆଜ୍‌ ଫିର୍‌ ଜିନେ କି ତମନ୍ନା ହୈ’। ତେବେ ପରେ ତାହାକୁ ପରିବର୍ତ୍ତନ କରା ଯାଇଥିଲା। ‘ସିକ୍ରେଟ୍‌ ସୁପର୍‌ଷ୍ଟାର୍‌’ର ପୂରା ସୁଟିଂ ପ୍ରାୟତଃ ମୁମ୍ବାଇ ଭିତରେ କରା ଯାଇଛି। ଏହାର ଅବଧି ହେଉଛି ୨ ଘଣ୍ଟା ୩୫ ମିନିଟ୍‌।

‘ସିକ୍ରେଟ୍‌ ସୁପର୍‌ଷ୍ଟାର୍‌’ରେ ଅଛି ବରୋଦାରେ ରହୁଥିବା ଏକ ମୁସଲ୍‌ମାନ୍‌ ଝିଅ ଇନ୍‌ସିଆ (ଜାଇରା)ର କାହାଣୀ। ତା’ର ସ୍ୱପ୍ନ, ସେ ଗାୟିକା ହେବ। ତା’କୁ ସେ ଦିଗରେ ସାହାଯ୍ୟ କରିଛି ଶକ୍ତି କୁମାର ନାମକ ଜଣେ ଲୋକ- ଯେଉଁ ଭୂମିକାରେ ଅମିର୍‌ ଅଭିନୟ କରିଛନ୍ତି। ଶକ୍ତି କୁମାର ଜଣେ ସଙ୍ଗୀତ ନିର୍ଦ୍ଦେଶକ, ତେବେ ତା’ର ବେଶଭୂଷା ଭାରି ବିଚିତ୍ର। ତା’ର କାରଣ ଏବେ ବି ସିକ୍ରେଟ୍‌ ଅଛି।

ସମ୍ବନ୍ଧିତ ଖବର