ବଲିଉଡ଼୍ରେ ଏମିତି ବି କିଛି ସେଲିବ୍ରିଟି ଅଛନ୍ତି,ଯେଉଁମାନେ ଗୋପନରେ ବିବାହ କରି ଚର୍ଚ୍ଚିତ ହୋଇଥିଲେ।ଆସନ୍ତୁ ସେମାନଙ୍କ ଉପରେ ନଜର ପକାଇବା….
ରାଣୀ ମୁଖାର୍ଜୀ-ଆଦିତ୍ୟ ଚୋପ୍ରା:- ବଲିଉଡ଼୍ ନାୟିକା ରାଣୀ ମୁଖାର୍ଜୀ ଓ ନିର୍ମାତା-ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ୨୦୧୪ ଅପ୍ରେଲ୨୧ ତାରିଖରେ ସେମାନଙ୍କର ବିବାହ ସଂପର୍କରେ ଖୁଲାସା କରିଥିଲେ।ହେଲେ ପୂର୍ବରୁ ସେ ଦୁହେଁ କେତେକ ବନ୍ଧୁଙ୍କ ଉପସ୍ଥିତିରେ ଗୋପନରେ ବିବାହ କରି ସାରିଥିଲେ।
ଜନ୍ ଆବ୍ରାହମ୍:-ପ୍ରିୟା ରୁଞ୍ଚାଲ୍ଙ୍କୁ ବିବାହ କରିଥିବା ବିଷୟ ଘୋଷଣା କରିଥିଲେ।ହେଲେ ୨୦୧୧ରେ ସେ ଦୁହେଁ ଗୋପନରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
ଶ୍ରୀଦେବୀ-ବୋନି କପୁର:- ପ୍ରଖ୍ୟାତ ନାୟିକା ଶ୍ରୀଦେବୀ ଓ ପ୍ରସିଦ୍ଧ ପ୍ରଯୋଜକ ବୋନି କପୁର ବି ଗୁପ୍ତରେ ବିବାହ କରିଥିଲେ।ଶ୍ରୀଦେବୀ ପ୍ରଥମେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଗୋପନରେ ବିବାହ କରିଥିବା ନେଇ ଚର୍ଚ୍ଚା ହୋଇଥିଲା।ଶ୍ରୀଦେବୀଙ୍କୁ ବିବାହ କରିବାପରେ ବୋନି ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ।

ସଞ୍ଜୟ ଦତ୍ତ-ମାନ୍ୟତା:- ପୂର୍ବରୁ ରିିଚା ଶର୍ମା ଓ ରିଆ ପିଲ୍ଲାଇଙ୍କ ସହିତ ତାଙ୍କର ବାହାଘର ବିଫଳ ହୋଇଥିବା ହେତୁ ଅଭିନେତା ସଞ୍ଜୟ ଦତ୍ତ ମାନ୍ୟତାଙ୍କ ସହିତ ବିବାହକୁ ଗୋପନ ରଖିଥିଲେ।ସଞ୍ଜୟ ଓ ମାନ୍ୟତା ଗୋଆରେ ବିବାହ କରିଥିଲେ।
ଇଲିଆନା ଡ଼ିକ୍ରୁଜ୍ ଓ ଆଣ୍ଡ୍ର୍ୟୁ ନିବୋନ୍:- ୨୦୧୭ରେ ବଲିଉଡ଼୍ର ହଟ୍ ହିରୋଇନ୍ ଇଲିଆନା ତାଙ୍କ ଦୀର୍ଘ ସମୟର ବୟ୍ଫ୍ରେଣ୍ଡ ଆଣ୍ଡ୍ୟୁନିବୋନ୍ଙ୍କୁ ଗୋପନରେ ବିବାହ କରିଥିବା ଜଣାଯାଇଥିଲା। ତେବେ ଏକଥାକୁ ଏଯାବତ୍ ସ୍ୱୀକାର କରି ନାହାନ୍ତିି ଇଲିଆନା ଡ଼ିକ୍ରୁଜ୍।
ପ୍ରୀତି ଜିଣ୍ଟା ଓ ଜୀନ୍ ଗୁଡ଼୍ଏନଫ୍:- ଡ଼ିଂପଲ୍ ଗାର୍ଲ ପ୍ରୀତି ଜିଣ୍ଟା ତାଙ୍କର ଦୀର୍ଘ ସମୟର ପ୍ରେମିକ ଜୀନ୍ ଗୁଡ଼୍ ଏନଫ୍ ଙ୍କୁ ମଧ୍ୟ ଗୁପ୍ତରେ ବିବାହ କରିଥିଲେ। ସେ ଲସ ଆଞ୍ଜେଲସରେ ତାଙ୍କୁ ବିବାହ କରିଥିଲେ।

ବିରାଟ କୋହଲୀ ଓ ଅନୁଷ୍କା ଶର୍ମା:- କ୍ରିକେଟର ବିରାଟ କୋହଲୀ ଓ ଅନୁଷ୍କା ଶର୍ମା ମଧ୍ୟ ଇଟାଲିରେ ଗୋପନରେ ବିବାହ କରିଥିଲେ।ଅବଶ୍ୟ ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।