ଦୁଇ ଓଲିଉଡ ନାୟକଙ୍କ ସହ ରୋମାନ୍ସ କରିଥିଲେ ଏହି ମୁମ୍ବେୟା ନାୟିକା

ଭୁବନେଶ୍ୱର: ଓଲିଉଡକୁ ଅନେକ ନାୟିକା ମୁମ୍ବାଇରୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ନମ୍ରତା ଥାପ୍ପାଙ୍କୁ ବାଦ୍‌ ଦେଲେ ସେଭଳି ଆଖିଦୃଶିଆ ସଫଳତା, ଅନ୍ୟ କାହାରିକୁ ମିଳି ନାହିଁ ବୋଲି କୁହାଯାଇପାରେ । ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ ମୁମ୍ବେୟା ନାୟିକା କେବଳ ଗୋଟିଏ ଓଡ଼ିଆ ସିନେମାରେ ନାୟିକା ସାଜିବା ପରେ ନଜର ଆସି ନାହାଁନ୍ତି ।

ଏମିତି ଜଣେ ନାୟିକା ହେଲେ ସୀମା ଚକ୍ରବର୍ତ୍ତୀ । ତାଙ୍କୁ ଓଲିଉଡକୁ ଆଣିଥିଲେ ଆଡ୍‌ମେକର୍‌ ଅବିନାଶ ନନ୍ଦ । ସୀମା ଜଣାଶୁଣା ପ୍ରଯୋଜକ ନିରଞ୍ଜନ ରଣାଙ୍କ ପ୍ରଯୋଜିତ ‘ ରକତେ ଲେଖିଛି ନାଆଁ’ରେ ନାୟିକା ଭୂମିକାରେ ଦେଖା ଦେଇଥିଲେ ।

ସୀମା ମୁମ୍ବାଇରେ ରହି କ୍ୟାରିଅର୍‌ ଆରମ୍ଭ କରିଥିଲେ ମଡେଲିଂରୁ । ସେ ମାଇକ୍ରୋଟେକ୍‌ ମନିଟର୍‌ , ସନସିଲକ୍‌ ସାମ୍ପୋ ଓ ଡାବର ହେଆର୍‌ ଅଏଲ ଆଦିର ବିଜ୍ଞାପନ ପାଇଁ ମଡେଲିଂ କରିଥିଲେ । ଖାଲି ସେତିକି ନୁହେଁ ସୀମା ପ୍ରଖ୍ୟାତ ନିର୍ମାତ୍ରୀ ଏକତା କପୁରଙ୍କ ଲୋକପ୍ରିୟ ଟେଲି ଧାରାବାହିକ ‘ କସୌଟି ଜିନ୍ଦେଗି କେ’ରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ସେ ଏକ ବଙ୍ଗଳା ସିନେମା ‘ ମମତା’ରେ ବି ଅଭିନୟ କରିବା ପରେ ଓଡ଼ିଆ ଥିଲେ । ଏହାପରେସୀମା ଓଡ଼ିଆ ସିନେମାରେ କାମ କରିବାର ସୁଯୋଗ ପାଇଥିଲେ ।

ଏହି ଓଡ଼ିଆ ଛବିରେ ସୀମାଙ୍କୁ ସିଦ୍ଧାନ୍ତ ଓ ସୁନୀଲ କୁମାରଙ୍କ ସହିତ ରୋମାନ୍ସ କରିବାର ସୁଯୋଗ ମିଳିଥିଲା । ଏହା ଏକ ପ୍ରେମ ତ୍ରିକୋଣ ଧର୍ମୀ ସିନେମା ଥିଲା ଯାହାର ନିର୍ଦ୍ଦେଶନା ଦେଇଥିଲେ ହିମାଂଶୁ ପରିଜା (ଚଣ୍ଡୀ) ।

ସମ୍ବନ୍ଧିତ ଖବର