ସେଜଲଙ୍କ ଆତ୍ମହତ୍ୟାକୁ ନେଇ ବନ୍ଧୁଙ୍କ ବଡ଼ ଖୁଲାସା: ତାଙ୍କ ବାପାଙ୍କ ପାଇଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି

ନୂଆଦିଲ୍ଲୀ: ଶୁକ୍ରବାର ନିଜ ବାସଭବନରେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ ଧାରାବାହିକ ଅଭିନେତ୍ରୀ ସେଜଲ ଶର୍ମା‌। ଶୁକ୍ରବାର ଭୋର ୪ଟାରେ ତାଙ୍କର ପଙ୍ଖାରେ ଝୁଲୁଥିବାର ମୃତଦେହ ଉଦ୍ଧାର କରାଯାଇଥିଲା । ସେଜଲ ଶର୍ମା ଷ୍ଟାର ପ୍ଲସରେ ପ୍ରସାରିତ ହୋଇ ସାରିଥିବା ଧାରାବାହିକ ‘ଦିଲ୍ ତୋ ହାପି ହେ ଜୀ’ରେ ଅଭିନୟ କରିଥିଲେ। ଏହା ସହ ବଲିଉଡ୍ ଅଭିନେତା ଆମୀର ଖାନ୍, କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ରୋହିତ୍ ଶର୍ମାଙ୍କ ସହ ବିଭିନ୍ନ ବିଜ୍ଞାପନରେ ନଜର ଆସି ସାରିଥିଲେ। ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କଲେ ସେ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସେଜଲଙ୍କ ବନ୍ଧୁ ଏକ ବଡ଼ ଖୁଲାସା କରିଛନ୍ତି।

'इतना बड़ा कदम कैसे उठा लिया सेजल ने'
oneindia.com

ସେଜଲଙ୍କ ବନ୍ଧୁ ନିର୍ଭୟ ଶୁକ୍ଲା ତାଙ୍କ ଆତ୍ମହତ୍ୟାକୁ ନେଇ ଏକ ବଡ଼ ବୟାନ ରଖିଛନ୍ତି। ତାଙ୍କ କହିବା ମୁତାବକ, ନିଜ ବାପାଙ୍କ ଖରାପ ସ୍ବାସ୍ଥ୍ୟାବସ୍ଥାକୁ ନେଇ ସେ ଅନେକ ଦିନ ହେଲାଣି ଚିନ୍ତାଗ୍ରସ୍ତ ରହୁଥିଲେ। ନଭେମ୍ବର ୧୫ତାରିଖରେ ମୁଁ ତାଙ୍କୁ ଭେଟିବା ପାଇଁ ମେସେଜ କରିଥିଲି। କିନ୍ତୁ ସେ ତାଙ୍କ ବାପାଙ୍କ ଦେହ ଖରାପ ଥିବା କହି ଉଦୟପୁର ଯାଉଛି ବୋଲି କହିଥିଲେ। ବାପାଙ୍କର କ’ଣ ହୋଇଛି ବୋଲି ପଚାରିବା ପରେ, ହୃଦଘାତ ହୋଇଥିବା ନେଇ ସେ ମୋତେ ଜଣାଇଥିଲେ। ପୂର୍ବରୁ ସେଜଲଙ୍କ ବାପା କର୍କଟ ରୋଗରେ ପୀଡ଼ିତ ଥିବାରୁ ବାପାଙ୍କୁ ହରାଇବାର ଡ଼ର ସେଜଲଙ୍କ ମନରେ ରହିଥିଲା। ପୁଣି ହୃଦଘାତ ହେବା ପରେ ସେ ତାଙ୍କୁ ନେଇ ଅଧିକ ଚିନ୍ତିତ ହୋଇ ପଡ଼ିଥିଲେ। କିନ୍ତୁ ‌ଧିରେ ଧିରେ ତାଙ୍କ ବାପାଙ୍କ ଦେହ ଭଲ ହେଉଥିବା ଖବର ସେ ମୋତେ ଜଣାଇବା ପରେ ଆମେ ଦେଖା ହେବା ନେଇ ଯୋଜନା କରିଥିଲୁ। କିନ୍ତୁ ତା’ ପୂର୍ବରୁ ସେଜଲ ଏଭଳି ପଦକ୍ଷେପ ନେଇଗଲେ।

ସମ୍ବନ୍ଧିତ ଖବର