୭୨ ବର୍ଷ ବୟସରେ ପଦାର୍ପଣ କଲେ ଶେଖର କପୁର୍‌

ମୁମ୍ବାଇ: ଖ୍ୟାତାନାମା ବଲିଉଡ୍‌ ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ଶେଖର କପୁର ଆଜି ୭୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଶେଖର ପଞ୍ଜାବର ଲାହୋରଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୫ ମସିହାରେ ‘ଜାନ୍‌ ହାଜିର୍‌ ହେ’ରୁ ନିଜର ଅଭିନୟ କ୍ୟାରିୟର୍‌ ଆରମ୍ଭ କରିଥିଲେ। ସେ ଅନେକ ଟେଲି ସିରିୟଲ୍‌ରେ ମଧ୍ୟ ଅଭିନୟ କରିଛନ୍ତି। ୧୯୮୩ ମସିହାରେ ‘ମୌସମ’ ଚଳଚ୍ଚିତ୍ରରୁ ନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିଥିଲେ ଶେଖର। ସେ ଅନେକଗୁଡ଼ିଏ ହଲିଉଡ୍‌ ଚଳଚ୍ଚିତ୍ରରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ‘ସମ୍ବାଦ.ଇନ୍‌’ ପରିବାର ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା।

ସମ୍ବନ୍ଧିତ ଖବର