ଲାଇଭ୍‌ ସୋ’ ସମୟରେ ପଥର ମାଡ଼ ଘଟଣାକୁ ଅସ୍ୱୀକାର କଲେ କଣ୍ଠଶିଳ୍ପୀ ଶାନ୍‌,ମିଥ୍ୟା ପ୍ରଚାରକୁ ବନ୍ଦ କରିବା ପାଇଁ ଟ୍ଵିଟ୍‌ କରି ଜଣାଇଲେ

ଗୌହାଟି : ବଲିଉଡ୍‌ର ଲୋକପ୍ରିୟ ଗାୟକ ଶାନ୍‌ ଗୌହାଟିକୁ ଏକ ଲାଇଭ୍‌ ସୋ’ରେ ଯୋଗ ଦେବା ପାଇଁ ପହଞ୍ଚିଥିଲେ । ସେଠାରେ ବଙ୍ଗଳାରେ ଗୀତ ଗାଇବାରୁ ତାଙ୍କ ଉପରକୁ ପଥର ମାଡ଼ ହୋଇଥିଲା ବୋଲି ଖବର ପ୍ରସାରିତ ହୋଇଥିଲା । ଏହି ଖବର ଚାରିଆଡ଼େ ପ୍ରସାର ହେବା ପରେ ଖବର ପଛର ସତ୍ୟତା ଜଣାଇବାକୁ ଯାଇ ଶାନ୍‌ ଏକ ଟ୍ଵିଟ୍‌ କରିଥିବା ଦେଖାଯାଇଛି । ପ୍ରଚାର ହେଉଥିବା ଖବର ମିଛ ବୋଲି କହିବା ସହ ଲାଇଭ୍‌ ସୋ’ରେ ତାଙ୍କୁ କେହି ପଥରମାଡ଼ କରି ଆକ୍ରମଣ କରି ନ ଥିଲେ ବୋଲି ସ୍ପଷ୍ଟ କରିଛନ୍ତି ଶାନ୍‌ ।

ସେ କରିଥିବା ଟ୍ଵିଟ୍‌ ଅନୁଯାୟୀ, ମୋତେ ନେଇ ଯେଉଁ ପ୍ରଚାର ହେଉଛି ତାହା ସଂପୂର୍ଣ୍ଣ ମିଛ । ମୋ ଉପରେ କୌଣସି ପ୍ରକାରର ଆକ୍ରମଣ ହୋଇ ନାହିଁ । ଜଣେ ଦର୍ଶକ ଗୀତ ଗାଇବା ବନ୍ଦ କରିବା ପାଇଁ କାଗଜ ଟିକେଟରେ ରକେଟ କରି ମୋ ଉପରକୁ ଛାଡ଼ିଥିଲେ । ବାସ୍‌ ସେତିକି ଥିଲା ଘଟଣା । ଦୟାକରି ମିଛ ଖବର ପ୍ରଚାର କରନ୍ତୁ ନାହିଁ ବୋଲି ଲେଖି ଶାନ୍‌ ଟ୍ଵିଟ୍‌ କରିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର