କଙ୍ଗନା ରାଣାଓ୍ଵତ୍‌ ଅଭିନେତ୍ରୀ ଶବାନା ଆଜମୀଙ୍କୁ ଦେଶଦ୍ରୋହୀ ବୋଲି କହିବା ପରେ ମିଳିଲା ଏଭଳି କଡ଼ା ଜବାବ

ମୁମ୍ବାଇ: ଗତ ଫେବ୍ରୁଆରି ୧୪ରେ ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏବେ ପୂରା ବଲିଉଡ୍‌ ଏକଜୁଟ୍‌ ହୋଇଥିବା ଦେଖା ଯାଇଛି । ପ୍ରିୟଙ୍କା ଚୋପ୍ରା, ସଲମାନ ଖାନ୍‌, ଅକ୍ଷୟ କୁମାର ଏବଂ ଶାହିଦ୍‌ କପୁରଙ୍କ ସମେତ ଅନେକ କଳାକାର ଏ ଘଟଣାର ତୀବ୍ର ନିନ୍ଦା କରିଛନ୍ତି । ଏ ମଧ୍ୟରେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଶବାନା ଆଜମୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହା ପରେ ଶବାନା ଏବେ କଙ୍ଗନାଙ୍କୁ କଡ଼ା ଜବାବ ଦେଇଛନ୍ତି ।

ଆତଙ୍କବାଦୀ ଆକ୍ରମଣର ଖବର ଆସିବା ପରେ ମିଡିଆକୁ ନିଜର ପ୍ରତିକ୍ରିୟା ଦେଇ, ଶତ୍ରୁ ବିରୋଧରେ କଡ଼ା ପଦକ୍ଷେପ ନେବା ଦରକାର । ଯଦି ଆମେ ଚୁପ୍‌ ରହିଲେ, ତେବେ ସେମାନେ ଆମ ଚୁପ୍‌ ରହିବାକୁ ଆମର ଦୁର୍ବଳତା ବୋଲି ଭାବି ନେବେ ବୋଲି କହିଥିଲେ କଙ୍ଗନା । ଅଭିନେତ୍ରୀ ଶବାନା ଆଜମୀ କିଛି ଦିନ ତଳେ ପାକିସ୍ତାନରେ ହେବାକୁ ଥିବା ସାସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମନା କରି ଦେଇଥଲେ । ଯାହାକୁ ନେଇ ମଧ୍ୟ କଙ୍ଗନାଙ୍କୁ ପ୍ରଶ୍ନ କରାଯାଇଥିଲା ।

ABP Live

ସାଂସ୍କୃତିକ କାର୍ଯ୍ୟକ୍ରମର ବାହାନା ଦେଇ ଶବାନା ‘ଭାରତ ତେରେ ଟୁକ୍‌ଡ଼େ କରଦେଙ୍ଗେ’ ଗ୍ୟାଙ୍ଗର ସମର୍ଥନ କରୁ ନାହାନ୍ତି ତ? ବୋଲି କଙ୍ଗନାଙ୍କୁ ପ୍ରଶ୍ନ କରାଯାଇଥିବା ବେଳେ ସେ ଏହାର ବିବାଦୀୟ ଉତ୍ତର ରଖିଥିଲେ । ଯଦି ଆମେ ପାକିସ୍ତାନ କଳାକାରମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛୁ । ତେବେ କରାଚିରେ କାର୍ଯ୍ୟକ୍ରମର ଆୟୋଜନ ହେଲା କାହିଁକି? ବୋଲି କହିଥିଲେ କଙ୍ଗନା । ଏବେ କଙ୍ଗନାଙ୍କ ବୟାନକୁ ନେଇ,ବ୍ୟକ୍ତିଗତ ଝଗଡ଼ା ପାଇଁ ଏହା ଠିକ୍‌ ସମୟ ନୁହେଁ । ଏ ସମୟରେ ଆମକୁ ଏକତ୍ର ହେବା ଦରକାର ବୋଲି ନିଜର ଜବାବରେ କହିଛନ୍ତି ଶବାନା ।

ସମ୍ବନ୍ଧିତ ଖବର