ବଲିଉଡ୍‌ରେ ବିତାଇଥିବା ୨୬ବର୍ଷର ସ୍ମୃତିକୁ ମନେ ପକାଇ କାନ୍ଦି ପକାଇଲେ ଶାହାରୁଖ୍‌ ଖାନ୍‌, ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ : ୧୯୯୨ରୁ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ କେବେ ହିରୋ ଏବଂ କେବେ ଭିଲେନ୍‌ ହୋଇ ନିଜର ପ୍ରଶଂସକଙ୍କ ମନୋରଞ୍ଜନ କରି ଆସିଛନ୍ତି । ରୋମାଣ୍ଟିକ୍‌ ହିରୋ ହିସାବରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ବନାଇ ପାରିଥିବା ବେଳେ ଏବେ ମଧ୍ୟ ତାଙ୍କର ଗୋଟେ ଝଲକ ଦେଖି ଝିଅମାନେ ଦିଓ୍ଵାନା ହୋଇ ଯାଉଛନ୍ତି । ୧୯୯୨ରୁ ସେ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ବେଳେ ପ୍ରଥମେ ଏହି ଇଣ୍ଡଷ୍ଟ୍ରିରେ ତିଷ୍ଟିବା ପାଇଁ ତାଙ୍କୁ ଅନେକ ସମୟ ଲାଗିଥିଲା । ଆରମ୍ଭରୁ ତାଙ୍କୁ ଏତେ ଫିଲ୍ମ ମିଳୁ ନଥିବା ବେଳେ ଧିରେ ଧିରେ ସେ ଲୋକମାନଙ୍କ ଉପରେ ନିଜର ଯାଦୁ କରିବା ଆରମ୍ଭ କରିଥିଲେ; ଯାହା ଏବେ ପର୍ଯ୍ୟନ୍ତ ରହିଛି ।

ବଲିଉଡ୍‌ରେ ପାଦ ଥାପିବାର ୨୬ବର୍ଷ ହୋଇ ଯାଇଥିବା ବେଳେ ଏବେ ମଧ୍ୟ ଲୋକମାନଙ୍କ ଉପରେ ତାଙ୍କର କ୍ରେଜ୍‌ ରହିଛି । ଏହି ୨୬ ବର୍ଷ ଭିତରେ ଶାହାରୁଖ୍‌ ବହୁତ ଜିନିଷ ଶିଖିଥିବା କହିଛନ୍ତି । ନିକଟରେ ସେ ନିଜର ୨୬ବର୍ଷର ଅଭିଜ୍ଞତାକୁ ମନେ ପକାଇଥିବା ବେଳେ ଏହାର ଏକ ଭିଡ଼ିଓ କରି ଟ୍ଵିଟ୍‌ କରିଛନ୍ତି ଶାହାରୁଖ୍‌ଙ୍କ ଧର୍ମପତ୍ନୀ ଗୌରୀ ଖାନ୍‌ । ଏହି ଭିଡ଼ିଓକୁ ଆଉ ଥରେ ସେୟାର କରି ଶାହାରୁଖ୍‌ ଏହି ଯାତ୍ରା ତୁମମାନଙ୍କ ବିନା ଦମ୍ଭବ ନଥିଲା ବୋଲି ଲେଖିଛନ୍ତି।

ସମ୍ବନ୍ଧିତ ଖବର