ଏହି ଅଭିନେତ୍ରୀଙ୍କ ଝିଅକୁ ନିଜ ଘରର ବୋହୂ କରିବାକୁ ଚାହୁଁଥିଲେ ଶାହରୁଖ୍‌ , ହେଲେ ହୋଇ ପାରି ନ ଥିଲା ସମ୍ଭବ

ମୁମ୍ବାଇ : ଶାହାରୁଖ୍‌ ଖାନ୍‌ଙ୍କ ବିଷୟରେ ସେମାନଙ୍କ ପ୍ରଶଂସକ ଅନେକ କଥା ଜାଣିଥିବେ । କିନ୍ତୁ ଆଜି ଆମେ ତାଙ୍କ ସହ ଜଡ଼ିତ ଏକ ଏମିତି ଖୁଲାସା କରିବାକୁ ଯାଉଛୁ, ଯାହା ବିଷୟରେ ବୋଧହୁଏ କେହି ଜାଣି ନ ଥିବେ । ଆଜି ବଲିଉଡ୍‌ରେ ରାଜ୍‌ କରୁଥିବା ବାଦ୍‌ଶାହା ଶାହରୁଖ୍‌ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଏହାର ଖୁଲାସା ସେ ନିଜେ ଏକ ସାକ୍ଷାତକାରରେ କରିଥିଲେ । ସେ ଛୋଟ ଥିବା ସମୟରେ ତାଙ୍କୁ ପେଟପୂରା ଖାଇବାକୁ ମିଳୁ ନ ଥିଲା ।

ସ୍କୁଲରେ ଟଙ୍କା ଜମା କରାଯାଇ ପାରୁ ନ ଥିବାରୁ ଅନେକ ଥର ସ୍କୁଲରୁ ବାହାର କରିବା ପାଇଁ ଧମକପୂର୍ଣ୍ଣ ଚିଠି ମଧ୍ୟ ଘରକୁ ଆସୁଥିଲା । ଧିରେ ଧିରେ ସେ ଘର ଚଳାଇବା ପାଇଁ ବିଭିନ୍ନ ବାହାଘରରେ ନାଚିବା ଆରମ୍ଭ କରିଥିଲେ । କିନ୍ତୁ ପରେ ସମୟ ବଦଳିଥିଲା । ସେ ବଲିଉଡ୍‌ର ବାଦ୍‌ଶାହା ବନି ଯାଇଥିଲେ । ଏବେ ତାଙ୍କ ପରେ ତାଙ୍କ ପିଲାମାନେ ଫିଲ୍ମରେ ପାଦ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ତାଙ୍କ ପୁଅ ଆର୍ୟନ ଏବେ ଫିଲ୍ମରେ କ୍ୟାରିୟର ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବା ବେଳେ ଦିନେ ଆର୍ୟନଙ୍କ ପାଇଁ ଶାହାରୁଖ୍‌ ମାଧୁରୀଙ୍କ ଝିଅକୁ ନିଜ ଘରର ବୋହୂ କରିବେ ବୋଲି କହିଥିବା ଜଣା ପଡ଼ିଛି ।

Emirates 24/7

ସୂଚନା ମୁତାବକ, ମାଧୁରୀଙ୍କ ବିବାହ ପରେ ଶାହାରୁଖ୍‌ ତାଙ୍କୁ ଶୀଘ୍ର ତୁମ ଭଳି ଏକ ସୁନ୍ଦର ଝିଅ ଜନ୍ମ କର । ମୁଁ ତାକୁ ମୋ ଘରର ବୋହୂ କରିବି ବୋଲି ପ୍ରସ୍ତାବ ଦେଇଥିଲେ । କିନ୍ତୁ ପରେ ମାଧୁରୀଙ୍କର ଦୁଇଟି ପୁଅ ହେବା ପରେ ଶାହାରୁଖ୍‌ଙ୍କ ଆଶା ଆଶାରେ ରହି ଯାଇଥିଲା ।

ସମ୍ବନ୍ଧିତ ଖବର