ପବିତ୍ର ଜନ୍ମାଷ୍ଟମୀ ଅବସରରେ ଲିଟଲ୍‌ ଶାହାରୁଖଙ୍କ ସହ ମିଶି ଦହିହାଣ୍ଡି ଭାଙ୍ଗିଲେ ଶାହାରୁଖ୍‌

ମୁମ୍ବାଇ: ପବିତ୍ର ଜନ୍ମାଷ୍ଟମୀ ଅବସରରେ ଅଭିନେତା ଶାହାରୁଖ ଖାନ ପତ୍ନୀ ଗୌରୀ ଏବଂ କନିଷ୍ଠ ପୁତ୍ର ଆବ୍‌ରାମଙ୍କ ସହ ମିଶି ଦହିହାଣ୍ଡି ଭାଙ୍ଗିଛନ୍ତି। ନିଜ ବାସଭବନ ମନ୍ନତ ପରିସରରେ ଏହି ଉତ୍ସବ ପାଳନ କରିଛନ୍ତି କିଙ୍ଗ୍‌ଖାନ। ଏହି ଉତ୍ସବକୁ ପାଳନ କରିବାକୁ କୁନି ଶାହାରୁଖ୍‌ ବେଶ୍‌ ଉତ୍ସୁକ ଥିବାର ଦେଖିବାକୁ ମିିଳିଛି। ଶେଷରେ ପ୍ରତି ବର୍ଷ ପରି ବାପ-ପୁଅ ଏବର୍ଷ ବି ବାହାରେ ଅପେକ୍ଷା କରିଥିବା ଦର୍ଶକଙ୍କୁ ନିଜ ବାଲ୍‌କୋନିରେ ରହି ଦେଖା ଦେଇଛନ୍ତି।

ଶାହାରୁଖ ନିଜ ପ୍ରଶଂସକମାନଙ୍କୁ ଅଭିବାଦନ ଜଣାଇବା ସହ କେତେକ ଫଟୋରେ ଦେଖିବାକୁ ମିଳୁଛି ଯେ ସେ ନିଜ ପୁଅ ଅବ୍‌ରାମଙ୍କ ମଧ୍ୟ ଦର୍ଶନଙ୍କୁ ଅଭିବାଦନ ଜଣାଇବା ପାଇଁ କହୁଛନ୍ତି। କେତେକ ଫଟୋରେ ଶାହାରୁଖ ଓ ଲିଟିଲ୍‌ ଶାହାରୁଖ ଦହିହାଣ୍ଡି ଭାଙ୍ଗୁଥିବାର ମଧ୍ୟ ଦେଖିବାକୁ ମିଳୁଛନ୍ତି।

କେବଳ ଜନ୍ମଷ୍ଟମୀ ନୁହେଁ ଶାହାରୁଖଙ୍କ ପିଲାମାନେ ଅନ୍ୟ ସମସ୍ତ ହିନ୍ଦୁ ପର୍ବପର୍ବାଣୀକୁ ପାଳନ କରୁଥିବାର ଦେଖିବାକୁ ମିଳେ। ନିକଟରେ ରକ୍ଷା ବନ୍ଧନରେ ବି ଶାହାରୁଖଙ୍କ ଘରେ ରାକ୍ଷୀ ବନ୍ଧା ପର୍ବ ପାଳନ ହୋଇଥିବାର ଦେଖିବାକୁ ମିଳିଥିଲା।

କେବଳ ଶାହାରୁଖ ନୁହଁନ୍ତି, ଏହି ଦହିହଣ୍ଡା ପ୍ରଥା ଶିିଳ୍ପା ସେଟ୍ଟୀଙ୍କ ପୁଅ ବି ବେଶ୍‌ ଉତ୍ସୁକତାର ସହ ପାଲନ କରୁଥିବାର ଦେଖିବାକୁ ମିଳିଛି। ଶିଳ୍ପା ତାଙ୍କ ପୁଅ ଦହି ହାଣ୍ଡି ଭାଙ୍ଗୁଥିବା ବେଳର ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ କରିଛନ୍ତି।

ସମ୍ବନ୍ଧିତ ଖବର