ବଲିଉଡ୍‌ ନୁହେଁ ଏହି ଇଣ୍ଡଷ୍ଟ୍ରିର ଅଭିନେତାଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ସୁହାନା, ଫଟୋ ସେୟାର କରି କଲେ ଖୁଲାସା…

ମୁମ୍ବାଇ: ସବୁ ଚର୍ଚ୍ଚିତ ଷ୍ଟାର୍‌ କିଡ୍‌ମାନଙ୍କ ମଧ୍ୟରେ କିଙ୍ଗ ଖାନ୍‌ ଶାହାରୁଖ୍‌ ଖାନ୍‌ଙ୍କ ତନୟା ସୁହାନା ଖାନ୍‌ଙ୍କ ନାଁ ମଧ୍ୟ ରହିଛି । ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ସାରା ଅଲ୍ଲୀ ଖାନ୍‌ ବଲିଉଡ୍‌ରେ ଡେବ୍ୟୁ କରି ସାରିଥିବା ବେଳେ ଏବେ ସୁହାନାଙ୍କ ଡେବ୍ୟୁ ପାଇଁ ସମସ୍ତଙ୍କ ଅପେକ୍ଷା । ତେବେ ଏ ମଧ୍ୟରେ ସୁହାନା କାହାକୁ ଡେଟ୍‌ କରିବାକୁ ଚାହୁଁଛନ୍ତି ସେ ବିଷୟରେ ଜଣା ପଡ଼ିଛି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୁହାନା ଯାହାକୁ ଡେଟ୍‌ କରିବାକୁ ଚାହୁଁଛନ୍ତି ସେ ବଲିଉଡ୍‌ କଳାକାର ନୁହନ୍ତି ବୋଲି ସ୍ପଷ୍ଟ ହୋଇଛି ।

jansatta.com

ସୂଚନା ମୁତାବକ, ସୁହାନା ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ‘ଆସ୍‌କ ମି ଏନିଥିଙ୍ଗ୍‌’ ରଖିବା ପରେ ତାଙ୍କୁ ତାଙ୍କ ପ୍ରଶଂସକ ଭିନ୍ନ ଭିନ୍ନ ପ୍ରକାରର ପ୍ରଶ୍ନ କରିଥିଲେ । ଏ ମଧ୍ୟରେ ଜଣେ, ସେ କାହାକୁ ଡେଟ୍‌ କରିବାକୁ ଚାହାନ୍ତି ବୋଲି ପଚାରିବା ପରେ ସୁହାନା ନିଜ ମନର ରାଜକୁମାରଙ୍କ ଫଟୋ ସେୟାର କରି ମୁଁ ୟାଙ୍କୁ ଡେଟ୍‌ କରିବାକୁ ଚାହେଁ ବୋଲି ଲେଖିଥିଲେ । ସେ ଯାହାଙ୍କ ଫଟୋ ସେୟାର କରିଥିଲେ ସେ ଥିଲେ ସାଉଥ୍‌ କୋରିୟାନ୍‌ କଣ୍ଠଶିଳ୍ପୀ-ଅଭିନେତା କିମ୍‌ ଜୁନ୍‌-ମାଇୟୋନ୍‌ । ସୁହାନାଙ୍କ ଏଭଳି ଖୁଲାସା ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସମ୍ବନ୍ଧିତ ଖବର