ଶାହାରୁଖଙ୍କ ଲିଟିଲ୍‌ ହିରୋ କାର୍ଡରେ ବାପାଙ୍କ ପାଇଁ ଲେଖିଲେ ଏମିତି ବାର୍ତ୍ତା

ମୁମ୍ବାଇ: ଆଜି ବିଶ୍ୱ ପିତୃ ଦିବସ ଅବସରରେ ଅନେକ ଲୋକ ନିଜ ନିଜ ବାପାଙ୍କ ସକାଶେ ଭିନ୍ନ ଭିନ୍ନ ଢଙ୍ଗରେ କିଛି କରି ଏହି ଦିନକୁ ପାଳନ କରୁଛନ୍ତି। ଏହି ଦିନ ପାଳନରୁ ବର୍ତ୍ତି ପାରିନାହାନ୍ତି ବଲିଉଡ୍‌ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌। ତାଙ୍କୁ ବିଶ୍ୱ ପିତୃ ଦିବସ ଅବସରରେ ତାଙ୍କର ସର୍ବକନିଷ୍ଠ ସନ୍ତାନ ଆବ୍‌ରାମ ଏକ କାର୍ଡରେ ନିଜ ହାତରେ କିଛି ଲେଖି ଉପହାର ଦେଇଛନ୍ତି। ଆବ୍‌ରାମଙ୍କଠାରୁ କାର୍ଡଟି ପାଇବା ପରେ ଶାହାରୁଖଙ୍କ ଖୁସିର ସୀମା ନାହିଁ। ସେଥିରେ ଲେଖାଯାଇଛି, ‘ତୁମେ ହେଉଛ ଏ ବିଶ୍ୱର ସବୁଠାରୁ ଭଲ ପିତା’।

ଏହି କାର୍ଡଟିକୁ ଶାହାରୁଖ୍‌ ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ସେୟାର କରିଛନ୍ତି। ଲେଖିଛନ୍ତି କି ‘ପିଲାମାନଙ୍କ ସହ ଠିଆ ହେବା ଛଡ଼ା ଜଣେ ମୋର ଅନ୍ୟ କୌଣସି ବିକଳ୍ପ ନଥିଲା। ଜଣେ ପିତୃ ଜୀବନର ସାର୍ଥକ ହିଁ ଏଥିରେ ରହିଛି।’

ତେବେ, ସବୁଠାରୁ ମଜ୍ଜା କଥା ହେଉଛି ଲିଟିଲ୍‌ ଶାହାରୁଖ ତାଙ୍କର କୁନି କୁନି ହାତରେ ବାପାଙ୍କ ପାଇଁ ସୁନ୍ଦର ବାର୍ତ୍ତା ଦେଇଥିବା ସେହି କାର୍ଡରେ କେତାଟି ବନାନ ଅସୁଦ୍ଧି ରହିଛି। ଯାହାକୁ ପରବର୍ତ୍ତୀ ମୁହୂର୍ତ୍ତରେ ସଜଡ଼ା ଯାଇଥିବା କଥା ସ୍ପଷ୍ଟ ଜାଣି ହେଉଛି।

ସମ୍ବନ୍ଧିତ ଖବର