ଫିଲ୍ମ ଜିରୋ ଅସଫଳ ହେବା ପରେ ଅବସାଦଗ୍ରସ୍ତ ହୋଇ ଯାଇଥିଲେ ଶାହାରୁଖ୍‌ ଖାନ୍‌, ୩ ମାସ ପରେ ଖୁଲାସା

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମାଣ କରାଯାଇଥିବା ଫିଲ୍ମ ‘ବଦ୍‌ଲା’ ଏବେ ବକ୍ସ ଅଫିସରେ ଧମାଲ କରିବା ଆରମ୍ଭ କରିଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ତାପ୍‌ସୀ ପନ୍ନୁ, ଅମୃତା ସିଂହ ଏବଂ ଅଭିନେତା ଅମିତାଭ ବଚ୍ଚନ ଥିବା ବେଳେ ରିଲିଜ୍‌ ପରେ ଫିଲ୍ମଟି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସୁଥିବା ଦେଖା ଯାଇଛି । କିନ୍ତୁ ଶାହାରୁଖ୍‌ ଅଭିନୟ କରୁଥିବା ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରି ପାରୁ ନଥିବାରୁ ଏବେ ସେ ନିଜ କ୍ୟାରିୟରକୁ ନେଇ ଚିନ୍ତାରେ ରହିଛନ୍ତି ।

Business Today

ଡିସେମ୍ବର ୨୧,୨୦୧୮ରେ ଶାହାରୁଖ୍‌ଙ୍କ ଫିଲ୍ମ ‘ଜିରୋ’ ରିଲିଜ୍‌ ହୋଇଥିଲା । କିନ୍ତୁ ଫିଲ୍ମର କାହାଣୀ ଦର୍ଶକଙ୍କୁ ପସନ୍ଦ ନ ଆସିବା ସହ ବକ୍ସ ଅଫିସରେ ଫିଲ୍ମଟି ଫ୍ଲପ୍‌ ହୋଇଥିଲା । ଫିଲ୍ମ ଫ୍ଲପ୍‌ ହେବା ପରେ ଏବେ ଶାହାରୁଖ୍‌ ଅନେକ ରିସର୍ଚ କରି ଫିଲ୍ମ ସାଇନ୍‌ କରୁଥିବା ଜଣାପଡ଼ିଛି । ସେଥି ପାଇଁ ସେ ରାକେଶ ଶର୍ମାଙ୍କ ବାୟୋପିକ୍‌ କରିବାକୁ ମଧ୍ୟ ମନା କରି ଦେଇଥିବା ଜଣା ପଡ଼ିଛି । ତେବେ ‘ଜିରୋ’ ଫିଲ୍ମ ପରେ ଶହାରୁଖ୍‌ ନିଜ ଫିଲ୍ମ ବାଛିବାକୁ ନେଇ ସତର୍କ ହୋଇ ଯାଇଛନ୍ତି । ‘ଜିରୋ’ ଅସଫଳ ହେବା ପରେ ଶାହାରୁଖ୍‌ ଅବସାଦଗ୍ରସ୍ତ ହୋଇ ଯାଇଥିଲେ ବୋଲି ସୂଚନା ମିଳିଛି । କିଛି ଦିନ ପରେ ସେ ଅବସାଦରୁ ବାହରିବା ପରେ ପୁଣି ଥରେ ‘ଜିରୋ’ ଫିଲ୍ମ ଭଳି ଭୁଲ କରିବାକୁ ଚାହୁଁ ନଥିବା କହିଛନ୍ତି ।

ସମ୍ବନ୍ଧିତ ଖବର