‘ଜିରୋ’ ସିନେମା ଗୀତକୁ ସୁନ୍ଦର କରିବା ପାଇଁ ଶାହାରୁଖ୍‌ଙ୍କୁ ସାହାଯ୍ୟ କରିଥିଲେ ତାଙ୍କ କନ୍ୟା

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଆଗାମୀ ଫିଲ୍ମ ‘ଜିରୋ’ର ପ୍ରମୋସନକୁ ନେଇ ବହୁତ ବ୍ୟସ୍ତ ଅଛନ୍ତି। ଶାହରୁଖଙ୍କ ଅଭିନୀତ ଏହି ବିଗ ବଜେଟ ଫିଲ୍ମ ‘ଜିରୋ’ ଆନନ୍ଦ. ଏଲ. ରାୟଙ୍କ ଦ୍ଵାରା ନିର୍ଦ୍ଦେଶିତ । ଏହା ଡିସେମ୍ବର ୨୧ ତାରିଖରେ ରିଲିଜ ହେବ । ଦର୍ଶକ ଫିଲ୍ମରେ ସଲମାନ ଖାନଙ୍କୁ ମଧ୍ୟ ଦେଖିବାକୁ ପାଇବେ। ଶାହରୁଖଙ୍କ ସହ କ୍ୟାଟ୍ରିନା ଓ ଅନୁଷ୍କା ମଧ୍ୟ ନଜର ଆସିବେ ।

‘ଜିରୋ’ ସିନେମାକୁ ନେଇ ଶାହାରୁଖ୍‌ ଏକ ଖୁଲାସା କରିଛନ୍ତି। ସିନେମାର ପ୍ରମୋସନକୁ ଦେଖି କିଙ୍ଗଖାନ ଶାହରୁଖ ଖାନ ଗୋଟିଏ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଝିଅ ସୁହାନାଙ୍କ ଝଲକ ଦେଖିବାକୁ ମିଳିଛି। ଶାହରୁଖ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଶୀର୍ଷକରେ ଲେଖିଛନ୍ତି, ଫିଲ୍ମ ‘ଜିରୋ’ର ଗୀତକୁ ସୁନ୍ଦର କରିବା ପାଇଁ ମୋ ଝିଅ ସୁହାନା ଖାନ ମୋତେ ବହୁତ ସାହାଯ୍ୟ କରିଛନ୍ତି। ସୁହାନାଙ୍କୁ ଯେତେବେଳେ ଏହି ଗୀତ ଦେଖାଯାଇଥିଲା, ସେ ଏଥିରେ କିଛି ପରିବର୍ତ୍ତନ କରିଥିଲେ। ଆଉ ଆମକୁ ଏହି ଗୀତଟିକୁ ଆହୁରୁ ସୁନ୍ଦର କରିବାରେ ସାହାଯ୍ୟ କରିଥିଲେ।

 

ସମ୍ବନ୍ଧିତ ଖବର