ମୁମ୍ବାଇ:ଆଜି ହେଉଛି ଜଣାଶୁଣା ନାୟିକା ପ୍ରାଚୀ ଦେଶାଇଙ୍କ ଜନ୍ମଦିନ। ଛୋଟ ପରଦାରୁ କ୍ୟାରିଅର୍ ଆରମ୍ଭ କରିଥିବା ପ୍ରାଚୀ ଦେଶାଇ ବଡ ପରଦାରେ ସକ୍ରିୟ ହୋଇଥିଲେ । ତାଙ୍କୁ ଇତିମଧ୍ୟରେ ‘ ଓ୍ଵାନସ୍ ଅପ୍ ଅନ୍ ଏ ଟାଇମ୍ ଇନ୍ ମୁମ୍ବାଇ’ ବୋଲ୍ ବଚ୍ଚନ, ରକ୍ ଅନ୍, ଆଇ ମି ଔର ମେଁ ଭଳି ଲୋକପ୍ରିୟ ସିନେମାରେ ହିରୋଇନ୍ ଭାବେ ଦେଖିଛନ୍ତି ସିନେପ୍ରେମୀ ।
photo-kinkylittleboots.comମିଲନ୍ ଲୁଥ୍ରିଆଙ୍କ ନିର୍ଦ୍ଦେଶିତ ‘ଓ୍ଵାନସ ଅପ୍ ଅନ୍ ଏ ଟାଇମ୍ ଇନ୍ ମୁମ୍ବାଇ’ରେ ପ୍ରାଚୀ ବନିଥିଲେ ଇମ୍ରାନ୍ ହାସମୀଙ୍କ ନାୟିକା । ଠିକ୍ ସେହିପରି ଅଶ୍ୱିନୀ ଧୀରଙ୍କ ‘ ବୋଲ ବଚ୍ଚନ’ରେ ଅଭିଷେକ ବଚ୍ଚନ ଓ ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ‘ରକ୍ ଅନ୍’ରେ ଫରହାନ୍ ଅଖତରଙ୍କ ସହ କାମ କରିଥଲେ ଏହି ବଲିଉଡ୍ ନାୟିକା ।
photo--easterneye.euପ୍ରାଚୀ ଦେଶାଇ ସ୍କୁଲରେ ପଢୁଥିବା ବେଳେ ଶାହିଦ୍ କପୁରଙ୍କ ଦିଓ୍ଵାନା ହୋଇଯାଇଥିଲେ, ହେଲେ ଟେଲି ଆକ୍ଟ୍ରେସ୍ ହେବା ପରେ ତାଙ୍କର ପ୍ରିୟ ନାୟକ ବନିଯାଇଥିଲେ ରିତିକ୍ ରୋଶନ୍ । ରିତିକଙ୍କ ସହିତ ହିରୋଇନ୍ ହେବା ତାଙ୍କର ଏକ ସ୍ୱପ୍ନ ବୋଲି କହନ୍ତି ପ୍ରାଚୀ ଦେଶାଇ । ଦେଖାଯାଉ ତାଙ୍କର ଏହି ସ୍ୱପ୍ନ କେବେ ପୂରଣ ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/shahid-kapoorindian-expresscom.jpg)