ଡାକ୍ତରୀ  ଛାତ୍ର ହେବେ ଶାହିଦ୍‌  କପୁର , ଜାଣନ୍ତୁ କାରଣ 

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟକ ଶାହିଦ୍‌  କପୁର  ଏକ ଫିଲ୍ମର  ହିନ୍ଦୀ  ରିମେକରେ  କାମ  କରିବେ  ବୋଲି  ଶୁଣିବାକୁ  ମିଳୁଛି । ୨୦୧୭ ରେ  ଦକ୍ଷିଣ  ଭାରତରେ  ବକ୍ସ  ଅଫିସରେ  ଜବରଦସ୍ତ  କରିଥିବା  ଏହି  ସିନେମା   ହେଲା  ‘ଅର୍ଜୁନ  ରେଡି’  ।    ଏଥିରେ   ବିଜୟ  ଦେବରା କୋଣ୍ଡା ଓ   ଶାଲିନୀ   ପାଣ୍ଡେଙ୍କୁ   ଦେଖିବାକୁ  ମିଳିଥିଲା   ମୁଖ୍ୟ  ଭୂମିକାରେ ।

ଫିଲ୍ମର  କଥାବସ୍ତୁ  ହେଉଛି- ନାୟକ  ଜଣେ  ମେଡିକାଲ୍‌  ଷ୍ଟୁଡେଣ୍ଟ ( ଡାକ୍ତରୀ  ଛାତ୍ର)  ।  ତାଙ୍କୁ ଜଣେ ଯୁବତୀ  ବିବାହ  ପ୍ରସ୍ତାବ ଦିଏ,  ମାତ୍ର    ଛାତ୍ରଜଣକ   ତାକୁ  ପ୍ରତ୍ୟାଖ୍ୟାନ  କରନ୍ତି ।  ଏହାପରେ   ଉକ୍ତ  ଯୁବକ  ଜଣକ  ପାଗଳ  ହୋଇଯାଆନ୍ତି, ତେବେ  ତା’ପରେ  କ’ଣ ହୁଏ  ତାହା ହିଁ  ଫିଲ୍ମର  ମୁଖ୍ୟ ପ୍ରସଙ୍ଗ ।  ମିଳିଥିବା   ସୂଚନା  ଅନୁସାରେ  ଇତିମଧ୍ୟରେ   ‘ଅର୍ଜୁନ ରେଡି’ର ହିନ୍ଦୀ  ରିମେକ୍‌  ରାଇଟ୍‌ସ  ବିକ୍ରି  କରିସାରିଛନ୍ତି  ନିର୍ମାତା  ମୁରୁଜ୍‌  ଖେତାନୀ ଓ  ଅଶ୍ୱିନୀ  ବର୍ଦେ ।  ଏଥିରେ ପାଗଳ ଯୁବକ ଭୂମିକାରେ ନଜର ଆସିବେ ଶାହିଦ୍‌ ।

ସମ୍ବନ୍ଧିତ ଖବର