‘କବୀର ସିଂହ’ ପାଇଁ ବଢ଼ିଲା ଶାହିଦଙ୍କ ଡିମାଣ୍ଡ, ଗୋଟେ ଫିଲ୍ମ ପାଇଁ ଏବେ ମାଗୁଛନ୍ତି ଏତେ କୋଟି ଟଙ୍କା

ମୁମ୍ବାଇ : ରିଲିଜ୍‌ ପରଠାରୁ ଚର୍ଚ୍ଚାରେ ରହିଛି ଫିଲ୍ମ ‘କବୀର ସିଂହ’ । ରିଲିଜ୍‌ ହେବାର ଦ୍ୱିତୀୟ ସପ୍ତାହରେ ଫିଲ୍ମଟି ଅନେକ ବଡ଼ ବଡ଼ କଳାକାରମାନଙ୍କ ଫିଲ୍ମର ରେକର୍ଡ ଭାଙ୍ଗିଥିବା ବେଳେ ଏବେ ବି ବକ୍ସ ଅଫିସରେ ନିଜର କମାଲ ଜାରି ରଖିଛି ଫିଲ୍ମ । କବୀର ସିଂହ ଶାହିଦ୍‌ଙ୍କ ଜୀବନର ସବୁଠାରୁ ବଡ଼ ସଫଳତା ହୋଇଥିବା ବେଳେ ଏବେ ଶାହିଦଙ୍କ ଡିମାଣ୍ଡ ବଢ଼ିଥିବା ଜଣା ପଡ଼ିଛି । କିଛି ଦିନ ତଳେ ଶାହିଦ୍‌ ଫିଲ୍ମ ପାଇଁ ମିଳୁଥିବା ରାଶି ବଢ଼ାଇଥିବା ନେଇ ଖବର ମିଳିଥିବା ବେଳେ ଏବେ ସେ ଗୋଟେ ଫିଲ୍ମ ପାଇଁ ୩୫କୋଟି ଟଙ୍କା ଡିମାଣ୍ଡ କରୁଥିବା ସାମ୍ନାକୁ ଆସିଛି । ଯଦି ଶାହିଦ୍‌ଙ୍କ ଡିମାଣ୍ଡ ପୂରା କରାଯାଉଛି, ତେବେ ସେ ବଲିଉଡ୍‌ର ସବୁଠାରୁ ଦାମୀ ଷ୍ଟାରଙ୍କ ମଧ୍ୟରେ ଗଣାଯିବେ ।

ସୂଚନା ମୁତାବକ, ଫିଲ୍ମକୁ ନେଇ ସେତେଟା ଆଲୋଚନା ପୂର୍ବରୁ ହୋଇ ନଥିବା ବେଳେ ରିଲିଜ୍‌ ପରେ ଫିଲ୍ମକୁ ନେଇ ଆଲୋଚନା ହେବା ସହ ଦର୍ଶକଙ୍କୁ ଏହା ଖୁବ୍‌ ପସନ୍ଦ ଆସିଥିଲା । ଏହି ଫିଲ୍ମରେ ଶାହିଦଙ୍କ ବିପକ୍ଷରେ ଥିଲେ କିଆରା ଆଡ୍‌ଭାଣୀ ।

ସମ୍ବନ୍ଧିତ ଖବର