ଶାହିଦ୍ କପୁରଙ୍କ ପୁଅ ନାଆଁ ହେଲା ଜୈନ୍‌ , ଜାଣନ୍ତୁ କିଏ ଦେଲେ ଏହି ନାଆଁ ?

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଶାହିଦ୍ କପୁର ତାଙ୍କର ନୂଆ ସିନେମା ‘ବତ୍ତି ଗୁଲ୍ ମିଟର ଚାଲୁ’ର ରିଲିଜକୁ ଅପେକ୍ଷା କରିଛନ୍ତି ,ହେଲେ ତାହା ଆଗରୁ ସେ ଗୋଟିଏ କଥାର ଖୁଲାସା କରିଛନ୍ତି। ଏହା ଅବଶ୍ୟ ତାଙ୍କ ସିନେମା ସଂପର୍କୀତ ନୁହେଁ। ଏହା ତାଙ୍କର ବ୍ୟକ୍ତିଗତ କଥା।ଶାହିଦ୍ କପୁର ପୁଣି ଥରେ ବାପା ହୋଇଛନ୍ତି। ତାଙ୍କ ପତ୍ନୀ ମୀରା ରାଜପୁତ ଦ୍ୱିତୀୟ ଥରଲାଗି ଜଣେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ମୀରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ପାଇବାପରେ ଶାହିଦଙ୍କ ପ୍ରଶଂସକମାନେ କୁବ୍‌ ଖୁସି ଜାହିର୍‌ କରିଛନ୍ତି। ସେମାନେ ଶାହିଦଙ୍କ ପୁଅପାଇଁ ଉପହାରମାନ ଦେଇଛନ୍ତି। ହେଲେ ସେମାନଙ୍କୁ ଏପରି ନକରିବାଲାଗି ସେ ଏବଂ ତାଙ୍କ ପତ୍ନୀ ବିନମ୍ରତାର ସହ ମନା କରିଛନ୍ତି।

 

ତେବେ ଅସଲ କଥା ହେଲା ତାଙ୍କ ପୁଅର ନାଆଁ କିଏ ଦେଇଛି ମୀରା ରାଜପୁତ୍‌ ନା ଶାହିଦ୍‌ କପୁର। ଏହାର ଖୁଲାସା କରିଛନ୍ତି ଶାହିଦ୍‌। ସେ କହିଛନ୍ତି ଯେ ଯେତେବେଳେ ମୀରା ପ୍ରଥମ ଥର ଗର୍ଭବତୀ ହୋଇଥିଲେ ସେତେବେଳେ ଉଭୟେ ଠିକ୍‌ କରିଥିଲେ ଯେ ଯଦି ପୁଅ ହେବ ତେବେ ନାଆଁ ରଖିବେ ମୀଶା ,ଆଉ ଯଦି ପୁଅ ହୁଏ ତେବେ ତାର ନାମ ରଖିବେ ଜୈନ୍‌। ବାସ୍‌ ସେହି କଥାକୁ ମନେ ପକାଇ ମୀରା ରାଜପୁତ୍‌ ଏବଂ ଶାହିଦ୍‌ କପୁର ପୁଅର ନାଆଁ ରଖିଲେ ଜୈନ୍‌।ଏଠାରେ ସୂଚନାଯୋଗ୍ୟ ଯେ ଶାହିଦ୍ କପୁର ୨୦୧୫ରେ ମୀରା ରାଜପୁତଙ୍କୁ ବିବାହ କରିଥିଲେ ଏବଂ ୨୦୧୬ରେ ସେମାନଙ୍କର କନ୍ୟା ମୀଶା ଜନ୍ମ ହୋଇଥିଲେ।

ଶାହିଦ୍ କପୁର ତାଙ୍କର ନୂଆ ସିନେମା ‘ବତ୍ତି ଗୁଲ୍ ମିଟର ଚାଲୁ’ରେ ଜଣେ ସାଧାରଣ ଓକିଲ ଭୂମିକାରେ ଅଭିନୟ କରିଛନ୍ତି ସେ । ଏହାର ନିର୍ଦ୍ଦେଶକ ହେଲେ ଶ୍ରୀ ନାରାୟଣ ସିଂହ । ‘ବତ୍ତି ଗୁଲ୍ ମିଟର ଚାଲୁ’ରେ ଶାହିଦଙ୍କ ସହ ଶ୍ରଦ୍ଧା କପୁର ଏବଂ ୟାମୀ ଗୌତମ୍ ଅଛନ୍ତି ଲିଡ ରୋଲରେ।

ସମ୍ବନ୍ଧିତ ଖବର