ପ୍ରଥମ ଥର ପାଇଁ ମୀରାଙ୍କ ଏହି ଫଟୋ ନିଜ ଫୋନରେ ସେଭ୍‌ କରିଥିଲେ ଶାହିଦ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତ ରବିବାର ନିଜ ଚତୁର୍ଥ ବିବାହ ବାର୍ଷିକୀ ପାଳନ କରିଥିଲେ । ଏହି ଖାସ ଦିନକୁ ଆହୁରି ଖାସ୍‌ କରିବା ପାଇଁ ପ୍ରଥମେ ରୋମାନଟିକ୍‌ ଫଟୋ ସେୟାର କରି ଶାହିଦଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୀରା । ଏହା ପରେ ପରେ ଶାହିଦ ମୀରାଙ୍କ ପୁରୁଣା ଫଟୋ ସେୟାର କରି ତାଙ୍କୁ ସରପ୍ରାଇଜ୍‌ ଦେଇଥିଲେ । ଫଟୋ ସେୟାର କରି କ୍ୟାପ୍‌ସନରେ, ମୀରାଙ୍କ ଏହା ପ୍ରଥମ ଫଟୋ ଥିଲା, ଯାହାକୁ ମୁଁ ମୋ ଫୋନରେ ସେଭ୍‌ କରିଥିଲି। ଏବେ ପାଖାପାଖି ମୋ ଫୋନରେ ପ୍ରାୟ ତାଙ୍କର ହିଁ ଫଟୋ ରହିଛି । ସେ ମୋ ଜୀବନ । ମୁଁ ତୁମକୁ ବହୁତ ଭଲପାଏ ବୋଲି ଲେଖିଥିଲେ ଶାହିଦ ।

amarujala.com

ଅନ୍ୟ ପକ୍ଷରେ ମୀରା ନିଜ ବିବାହ ଦିନର ଫଟୋ ସେୟାର କରିଥିଲେ । ଫଟୋ କ୍ୟାପ୍‌ସନରେ, ତୁମେ ମୋ ଦୁନିଆ ତିଆରି କରିଦେଲ ବୋଲି ଲେଖିଥିଲେ ମୀରା । ତେବେ ଦୁହେଁ ଗୁରୁଦ୍ୱାରାରେ ବିବାହ କରିଥିବା ବେଳେ ଦୁହିଁଙ୍କର ପ୍ରସ୍ତାବିତ ବିବାହ ଥିଲା । ଦୁହିଁଙ୍କ ମଧ୍ୟରେ ୧୩ବର୍ଷର ପାର୍ଥକ୍ୟ ରହିଥିବା ବେଳେ ଏବେ ସେମାନେ ଦୁଇଟି ସନ୍ତାନର ମାତା-ପିତା ବନି ସାରିଛନ୍ତି ।

ସମ୍ବନ୍ଧିତ ଖବର