ଫାଇଭ୍‌ ଷ୍ଟାର ହୋଟେଲ ଛାଡ଼ି ଝୁମ୍ପୁଡ଼ିରେ ରହିବାକୁ ବାଧ୍ୟ ହୋଇଛନ୍ତି ସାହିଦ୍‌ ଓ ଶ୍ରଦ୍ଧା କପୁର, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ସାହିଦ୍‌ କପୁର ଓ ଶ୍ରଦ୍ଧା କପୁର ଫାଇଭ୍‌ ଷ୍ଟାର ହୋଟେଲ ଛାଡ଼ି ଏଇ କିଛିଦିନ ହେବ ଦୁହେଁ ଉତ୍ତରାଖଣ୍ଡର ଏକ ଝୁମ୍ପୁଡ଼ିରେ ରହୁଛନ୍ତି। ଦୁହେଁ ନିଜର ଆମଗୀ ସିଦେମା ‘ବତୀ ଗୁଲ ମିଟର ଚାଲୁ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସୁଟିଂ ଉତ୍ତରାଖଣ୍ଡର ଟିହରିରେ ହେଉଅଛି। ‘ବତୀ ଗୁଲ ମିଟର ଚାଲୁ’ ସିନେମାଟି ମସୁରି, ଟିହରି,ହୃଷିକେଶ ଓ ହରିଦ୍ୱାର ଆଦିରେ ସୁଟିଂ କରାଯିବ। ଏହି ସିନେମାର ସୁଟିଂ ଏପ୍ରିଲ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

ୟୁନିଟ୍‌ର ଜଣେ ସଦସ୍ୟଙ୍କ କହିବାନୁସାରେ, ‘ବତୀ ଗୁଲ ମିଟର ଚାଲୁ’ର ସୁଟିଂ ସମୟରେ ସାହିଦ କପୁର , ଶ୍ରଦ୍ଧା କପୁର ଓ ଡାଇରେକ୍ଟର ଶ୍ରୀ ନାରାୟାଣ ସିଂହ ସୁଟିଂ ସମୟରେ ଏକ ଛୋଟିଆ ଝୁମ୍ପୁଡ଼ିରେ ରହୁଛନ୍ତି। ଏହି ସ୍ଥାନକୁ ସିନେମାର ପ୍ରଯୋଜକ ସ୍ଥିର କରିଛନ୍ତି। ପ୍ରଥମେ ସିନେମା ପ୍ରଯୋଜକ ଦେହରାଦୁନ୍‌ସ୍ଥିତ ଏକ ଫାଇଭ୍‌ ଷ୍ଟାର ହୋଟେଲ ବୁକ୍‌ କରିଥିଲେ କିନ୍ତୁ ହୋଟେଲ ସୁଟିଂ ହେଉଥିବା ସ୍ଥାନରୁ ୩ଘଣ୍ଟା ଦୂରରେ ଥିଲା। ସୁଟିଂ ହେଉଥିବା ସ୍ଥାନରେ କୌଣସି ଫାଇପ୍‌ ଷ୍ଟାର ହୋଟେଲ ନଥିଲା। ତେବେ ଯିବା ଆସିବାରେ ବହୁତ ଅସୁବିଧା ହେଉଥିଲା। ଏହି ଅସୁବିଧାକୁ ଦୃଷ୍ଟିରେ ରଖି ସାହିଦ ଓ ପ୍ରଯୋଜକ ସୁଟିଂ ହେଉଥିବା ସ୍ଥାନରେ ଏକ ଛୋଟିଆ ଝୁମ୍ପୁଡ଼ି କରି ରହିଗଲେ ଭଲ ହୁଅନ୍ତା ବୋଲି ଆଲୋଚନା କରିଥିଲେ। ଏହି କଥା ଯେତେବେଳେ ଶ୍ରଦ୍ଧା ଜାଣିଲେ ସେ ବି ତୁରନ୍ତ ଏଥିରେ ରାଜି ହୋଇ ଯାଇଥିଲେ।

ସିନେମା ‘ବତି ଗୁଲ ମିଟର ଚାଲୁ’ରେ ସାହିଦ ଉତ୍ତରାଖଣ୍ଡରେ ଜଣେ ଆଇନଜୀବୀଙ୍କ ଭୂମିକା ନିଭାଉଛନ୍ତି। ଏହି ସିନେମାଟି ବିଜୁଳି ଚୋରି ଉପରେ ଆଧାରିତ ହୋଇଛି। ସାହିଦଙ୍କ ମୁତାବକ, ଉତ୍ତରାଖଣ୍ଡର ସ୍ଥାନୀୟ ଲୋକ ପାଖରେ ରହିବା ହେତୁ ସେମାନେ କିଭଳି ଭାବେ କଥା ହେଉଛନ୍ତି ତାହା ଅନୁଧ୍ୟାନ କରି ହେଉଛି। ଯାହା ଫଳରେ ଚରିତ୍ର ଆହୁରି ଜୀବନ୍ତ ଲାଗିବ। ଏହା ପୂର୍ବରୁ ସାହିଦ୍‌ ‘ରଙ୍ଗୁନ୍‌’ର ସୁଟିଂ ଅରୁଣାଚଳ ପ୍ରଦେଶର ଏକ ଗ୍ରାମରେ କରିଥିଲେ। ସେତେବେଳେ ବି ସିନେମାର କ୍ରିୟୁ ମେମ୍ବରମାନେ ଏକ ଛୋଟିଆ କଟେଜ କରି ରହିଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର