ଶାହିଦ୍‌-କରୀନାଙ୍କ ବ୍ରେକ୍‌ ଅପ୍‌ ପଛରେ କାରଣ ଥିଲେ ଏହି ବଲିଉଡ ନାୟିକା ଜାଣନ୍ତୁ ସେ କିଏ ? କାହିଁକି ଏମିତି ହୋଇଥିଲା ?

ମୁମ୍ବାଇ: ଆଜି ହେଉଛି ବଲିଉଡ ନାୟିକା ଅମ୍ରିତାରାଓଙ୍କର ଜନ୍ମ ଦିନ। ଆସନ୍ତୁ ଜାଣିବା ତାଙ୍କ ସଂପର୍କରେ ଏକ ଗୋପନୀୟ କଥା । ବଲିଉଡର ଲୋକପ୍ରିୟ ନାୟକ ଶାହିଦ୍‌ କପୁର ଓ ନାୟିକା ବେବୋ ଓରଫ କରୀନା କପୁରଙ୍କ ଆଫେଆରକୁ ନେଇ ଏକ ସମୟରେ ଖୁବ୍‌ ଚର୍ଚ୍ଚା ହୋଇଥିଲା । ସମସ୍ତେ ଭାବୁଥିଲେ ଯେ ବୋଧହୁଏ ଏ ଦୁହେଁ ପତି-ପତ୍ନୀ ବନିବେ । ହେଲେ ସେମିତି କିଛି କଥା ଘଟି ନଥିଲା ।
କରୀନା ଓ ଶାହିଦ୍‌ଙ୍କର ପ୍ରଥମ ଭେଟ ୨୦୦୪ ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଫିଦା’ର ସେଟ୍‌ ରେ ହୋଇଥିଲା । ଶାହିଦ୍‌ଙ୍କୁ ଦେଖି କରୀନା ଏତେ ପ୍ରଭାବିତ ହେଲେ ଯେ ସେ ପ୍ରଥମ ଦେଖାରେ ହିଁ ତାଙ୍କୁ ପ୍ରପୋଜ୍‌ କରିଥିଲେ । ଏକଥା ନିଜେ କରୀନା କପୁର ଖାନ୍‌ ଏକ ସାକ୍ଷାତକାରରେ ସ୍ୱୀକାର କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ବହୁ ଥର ଫୋନ୍‌ କଲ୍‌ ଓ ମେସେଜ୍‌ କରିବା ପରେ ଯାଇ ଶାହିଦ୍‌ କପୁର ତାଙ୍କର ପ୍ରପୋଜାଲ୍‌କୁ ସ୍ୱୀକାର କରିଥିଲେ ।
‘ ଫିଦା’ର ସେଟ୍‌ରେ ହିଁ ଉଭୟଙ୍କ ଭିତରେ ପ୍ରେମ ସଂପର୍କର ସୁରୁଆତ୍‌ ହୋଇଥିଲା , କିନ୍ତୁ ସେହି ସିନେମା ବକ୍ସ ଅଫିସରେ ଖାସ୍‌ କମାଲ୍‌ କରିପାରିନଥିଲା । ସେତେବେଳେକୁ ଶାହିଦ୍‌ଙ୍କର କେବଳ ଗୋଟିଏ ସିନେମା ‘ ଇଶ୍କ ବିଶ୍‌କ’ ରିଲିଜ୍‌ ହୋଇଥିଲା, କିନ୍ତୁ କରୀନାଙ୍କର ରିଫ୍ୟୁଜି, ଅଜନବୀ, ମେଁ ପ୍ରେମ କୀ ଦିଓ୍ଵାନି ହୁଁ, ୟାଦେଁ, କଭି ଖୁସି କଭି ଗମ୍‌ ଆଦି ସୁପରହଟ୍‌ ଫିଲ୍ମ ରିଲିଜ୍‌ ହୋଇସାରିଥାଏ । ଏ ଦୃଷ୍ଟିରୁ ଶାହିଦ୍‌ଙ୍କ ତୁଳନାରେ କରୀନା ଥିଲେ ବଡ ଷ୍ଟାର୍‌ ।
୨୦୦୪ରେ ଏ ଦୁହିଁଙ୍କୁ ବିଭିନ୍ନ ପାର୍ଟି ଫଙ୍କସନ୍‌ରେ ଏକାଠି ଦେଖିବାକୁ ମିଳିଥିଲା । ମିଡିଆରେ ଏ ସଂପର୍କରେ ଚର୍ଚ୍ଚା ହେବା ପରେ ଉଭୟ ଶାହିଦ୍‌ ଓ କରୀନା ପ୍ରେମ ସଂପର୍କକୁ ସ୍ୱୀକାର ବି କରିଥିଲେ । ୨୦୦୬ରେ ‘ଜବ୍‌ ଉଇ ମେଟ୍‌ ’ର ସୁଟିଂ ଆରମ୍ଭ ହେଲା । ଇମତିଆଜ୍‌ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୦୭ରେ ରିଲିଜ୍‌ ହୋଇଥିଲା ଓ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା । ତା’ ଭିତରେ ଶାହିଦ୍‌ କରୀନାଙ୍କ ଯୋଡ଼ି ଅବ୍‌ବାସ-ମସ୍ତାନଙ୍କ ‘ ୩୬ ଚାଇନା ଟାଉନ’, ପ୍ରିୟଦର୍ଶନଙ୍କ ଚୁପ୍‌ ଚୁପ୍‌କେ ରେ ମଧ୍ୟ ନଜର ଆସିଥିଲେ ।
‘ଜବ୍‌ ଉଇ ମେଟ୍‌’ ର ସୁଟିଂ ଶେଷ ହେବା ବେଳକୁ ଶାହିଦ୍‌ ଓ କରୀନାଙ୍କ ଭିତରେ ରୋମାନ୍ସ ଦୁର୍ବଳ ହୋଇଯାଇଥିଲା । ଶେଷ ସୁଟ୍‌ ବେଳେ ଦୁହିଁଙ୍କୁ ଅଲଗା ଅଲଗା ଗାଡ଼ିରେ ସୁଟିଂ ସେଟ୍‌ କୁ ଆସୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଏପରିକି ସେଟ୍‌ରେ ରିହର୍ସାଲ ବ୍ୟତୀତ ଅନ୍ୟ ସମୟରେ ଦୁହେଁ କଥାବାର୍ତ୍ତା ମଧ୍ୟ କରୁ ନଥିଲେ ।

 

ଏମାନଙ୍କର ବ୍ରେକ୍‌ ଅପ୍‌ ପଛରେ ଆଉ ଜଣେ ନାୟିକାଙ୍କ ହାତ ଥିଲା ବୋଲି କୁହାଯାଏ। ସେ ହେଲେ ଅମ୍ରିତା ରାଓ। ଅମ୍ରିତା ଏବଂ ଶାହିଦ୍‌ ‘ବିବାହ’ ସିନେମାରେ କାମ କରିବା ସମୟରେ ଅଧିକ ଅନ୍ତରଙ୍ଗ ହେବାର ଖବର ପାଇବାପରେ କରୀନା ଶାହିଦଙ୍କଠାରୁ ଦୂରେଇ ଯାଇଥିଲେ। ଆଗରୁ ଏଦୁହେଁ ‘ଇଶ୍କ ବିଶ୍କ’ରେ ପ୍ରଥମେ କାମ କରିଥିଲେ ।

ସମ୍ବନ୍ଧିତ ଖବର