ଜାଣନ୍ତୁ କାହିଁକି ନର୍ଭସ୍‌ ଅଛନ୍ତି ଶାହିଦ୍‌ କପୁର?

ମୁମ୍ବାଇ :ବଲିଉଡ ନାୟକ ଶାହିଦ୍‌ କପୁର ଏବେ ବତ୍ତି ଗୁଲ ମିଟର ଚାଲୁ ର ସୁଟିଂ କରୁଛନ୍ତି। ସେ ଆଜିକାଲି ଖୁବ୍‌ ଖୁସି ଜଣାପଡ଼ୁଛନ୍ତି । ଚଳିତ ବର୍ଷ ତାଙ୍କ ଅଭିନୀତ ‘ପଦ୍ମାବତ୍‌’ ସୁପରହିଟ୍‌ ହୋଇଛି। ଏହା ଆଗରୁ ତାଙ୍କ ଅଭିନୀତ ‘ଉଡତା ପଞ୍ଜାବ୍‌’ ହିଟ୍‌ ହୋଇଥିଲା। ତାପରେ ସେ ପିତୃତ୍ୱ ଲାଭ କରିଥିଲେ। ଏହାପରେ ତାଙ୍କୁ ମିଳିଥିଲା ପ୍ରଖ୍ୟାତ ନିର୍ଦେଶକ ସଂଜୟଲୀଲା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତୀ’।

photo-indiatoday

ସଂଜୟଲୀଲା ଭଂସାଲୀଙ୍କ ସହ କାମ କରିବାର ସ୍ୱପ୍ନ ତାଙ୍କର ପୂରଣ ହେବାପରେ ସେ ଏବେ ନିଜ ସାନଭାଇ ଇଶାନ୍‌ ଖଟ୍ଟରଙ୍କ ଅଭିନୀତ ‘ଧଡ଼କ୍‌’ କୁ ନେଇ ଯେତିକି ଉତ୍ସାହିତ ସେତିକି ନର୍ଭସ୍‌ ବି ଅଛନ୍ତି। ଇଶାନ୍‌ ଖଟ୍ଟରଙ୍କ ‘ବିଅଣ୍ଡ୍‌ ଦ କ୍ଲାଉଡସ୍‌’କୁ ନେଇ ବେଶ୍‌ ଉତ୍ସାହିତ ଥିଲେ ଶାହିଦ୍‌ କପୁର । ସେ ଚାହୁଁଛନ୍ତି ତାଙ୍କ ସାନଭାଇ ତାଙ୍କଠୁ ବି ଅଧିକ ସଫଳ ହୁଅନ୍ତୁ । ଏଠାରେ ସୂଚନାଯୋଗ୍ୟ ଯେ ‘ଧଡ଼କ୍‌’ରେ ଇଶାନ୍‌ ଶ୍ରୀଦେବୀଙ୍କ କନ୍ୟା ଜାହ୍ନବୀ କପୁରଙ୍କ ସହ ନଜର ଆସିବେ। କରଣ ଜୋହର୍‌ ଏହାର ନିର୍ମାତା ଏବଂ ଶଶାଙ୍କ ଖୈତାନ୍‌ ନିର୍ଦ୍ଦେଶକ।

ସମ୍ବନ୍ଧିତ ଖବର