ଶାହାରୁଖ୍‌ ଖାନ୍‌ଙ୍କ ସହ ଯୋଡ଼ି ବନାଇବାକୁ ଚାହାଁନ୍ତିନି ଏଇ ତିନି ନାୟିକା, କାରଣ ଜାଣନ୍ତୁ!

ହିନ୍ଦୀ ସିନେମାର ଅନ୍ୟତମ  ଜନପ୍ରିୟ ନାୟକ ହେଲେ ଶାହାରୁଖ୍‌ ଖାନ୍‌। ତାଙ୍କ ସହିତ ବଲିଉଡ଼ର ଅଧିକାଂଶ ସଫଳ ନାୟିକା ଯୋଡ଼ି ବନାଇଛନ୍ତି। କାଜୋଲ୍‌,ଐଶ୍ୱର୍ଯ୍ୟା ରାୟ ବଚ୍ଚନ,ରାଣୀ ମୁଖାର୍ଜୀ,କରୀନା କପୁର,ଦୀପିକା ପାଦୁକୋନ୍‌, ଅନୁଷ୍କା ଶର୍ମା ଓ ପ୍ରିୟଙ୍କା ଚୋପ୍ରା ପ୍ରମୁଖ ସଫଳତା ପାଇଛନ୍ତି।
ହେଲେ ବଲିଉଡ଼ରେ ଏମିତି ତିନି ଜଣ ନାୟିକା ଅଛନ୍ତି, ଯେଉଁମାନେ କି ଶାହାରୁଖ୍‌ ଖାନ୍‌ଙ୍କ ବିପକ୍ଷରେ ନାୟିକା ହେବାକୁ ପସନ୍ଦ କରନ୍ତି ନାହିଁ। ଆସନ୍ତୁ ଜାଣିବା ସେମାନେ କିଏ?

photo-navbharattimes

ସୋନମ୍‌ କପୁର୍‌:- ପ୍ରଖ୍ୟାତ ଅଭିନେତା ଅନୀଲ କପୁରଙ୍କ କନ୍ୟା ସୋନମ୍‌ କପୁର ବଲିଉଡ଼ରେ ଇତିମଧ୍ୟରେ ଦୀର୍ଘ ଦଶବର୍ଷ ବତାଇ ସାରିଲେଣି। ସେ ଅକ୍ଷୟ କୁମାର, ରଣବୀର କପୁର ଓ ସଲମାନ୍‌ ଖାନ୍‌ଙ୍କ ଭଳି ନାମୀ ନାୟକଙ୍କ ନାୟିକା ବନିଛନ୍ତି। ହେଲେ ଏଯାଏଁ ଶାହାରୁଖ୍‌ ଖାନ୍‌ଙ୍କ ସାଥ୍‌ ମିଳିନି ତାଙ୍କୁ।
ସୋନମ୍‌ କହନ୍ତି ଯେ,ଶାହାରୁଖ୍‌ ଖାନ୍‌ ତାଙ୍କଠାରୁ ବୟସରେ ଢ଼େର୍‌ ବଡ଼। ଏଣୁ ଶାହରୁଖ୍‌ ଖାନ୍‌ଙ୍କ ସହିତ ତାଙ୍କର ଯୋଡ଼ିକୁ ଦର୍ଶକ ପସନ୍ଦ କରିବେନି। ଏହି କାରଣରୁ ସୋନମ୍‌ ଶାହାରୁଖ୍‌ଙ୍କ ଯୋଡ଼ି ବନାଇବାକୁ ଆଗ୍ରହୀ ନୁହଁନ୍ତି।

photo-times of india

୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ‘କହୋ ନା ପ୍ୟାର୍‌ ହେ’ ଜରିଆରେ ନାୟିକାଭାବେ ପରଦାରେ ସକ୍ରିୟ ଥିବା ଅମିଷା ପଟେଲ୍‌ ଶାହାରୁଖ୍‌ ଖାନ୍‌ଙ୍କ ଅଭିନୟ ଶୈଳୀ ପସନ୍ଦ ଆସୁ ନ ଥିବାରୁ ସେ ତାଙ୍କ ସହିତ ଯୋଡ଼ି ବନାଇବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି ।

ସ୍ୱପ୍ନ ସୁନ୍ଦରୀ ହେମା ମାଳିନୀ ବି ଶାହାରୁଖ୍‌ ଖାନ୍‌ଙ୍କ ବିପକ୍ଷରେ କେବେ ବି ନାୟିକା ହେବାକୁ ଚାହାଁନ୍ତି ନାହିଁ। ହେମାମାଳିନୀ କହିଛନ୍ତି ଯେ, ସେ ଶାହାରୁଖ୍‌ ଖାନ୍‌ଙ୍କର ଅଭିନୟରେ କହିବା ଶୈଳୀକୁ ପସନ୍ଦ କରନ୍ତି ନାହିଁ। ଏହି କାରଣରୁ ସେ ବି ଚାହାଁନ୍ତି ନାହିଁ ଯେ,ଶାହାରୁଖ୍‌ ତାଙ୍କର ନାୟକ ହୁଅନ୍ତୁ।

ସମ୍ବନ୍ଧିତ ଖବର