୧୮ବର୍ଷ ହେଲାଣି ମନରେ ଚାପି ରଖିଥିବା ଦୁଃଖକୁ ସମସ୍ତଙ୍କ ସାମ୍ନାରେ ଐଶ୍ୱର୍ଯ୍ୟାଙ୍କୁ ଜଣାଇଲେ ଶାହାରୁଖ୍‌, ଜାଣନ୍ତୁ କ’ଣ ଥିଲା ଶାହାରୁଖ୍‌ଙ୍କ ଦୁଃଖ?

ମୁମ୍ବାଇ : ବଲିଉଡ୍‌ର କିଙ୍ଗ ଖାନ୍‌ ଶାହରୁଖ୍‌ ଏବଂ ନୀଳନୟନା ଐଶ୍ୱର୍ଯ୍ୟା ରାୟ ସାଥିରେ ଅନେକ ଫିଲ୍ମ କରିଛନ୍ତି । ସେଥି ମଧ୍ୟରେ ଫିଲ୍ମ ‘ଦେବଦାସ’ ଏବଂ ‘ମହବତେଁ’ ଏବେ ବି ଲୋକମାନଙ୍କ ମନରେ ଘର କରି ରହିଛି । ଏହି ଫିଲ୍ମରେ ଦର୍ଶକମାନେ ଦୁହିଁଙ୍କ ଯୋଡ଼ିକୁ ପସନ୍ଦ କରିଥିବା ବେଳେ ଦୁଇଟି ଫିଲ୍ମ ଇତିହାସ ରଚିଥିଲା । ଏବେ ବି ଲୋକମାନଙ୍କ ପାଖରେ ଏହି ଫିଲ୍ମର କ୍ରେଜ୍‌ ଦେଖିବାକୁ ମିଳେ । ଏବେ ଦୁହେଁ ସାଥିରେ ଫିଲ୍ମ କରୁ ନ ଥିଲେ ମଧ୍ୟ ବିଭିନ୍ନ ଆଓ୍ଵାର୍ଡ଼ ସୋ’ରେ ଏକାଠି ନଜର ଆସିଥାନ୍ତି । ରବିବାର ଆୟୋଜିତ ହୋଇଥିବା ସୋ’ ଲକ୍ସ ଗୋଲ୍‌ଡ଼େନ୍‌ ରୋଜ୍‌ ଆଓ୍ଵାର୍ଡ଼ ୨୦୧୮ରେ ଦୁହିଁଙ୍କୁ ସାଥିରେ ଦେଖିବାକୁ ମିଳିଥିଲା । ଯେଉଁଠି ଐଶ୍ୱର୍ଯ୍ୟାଙ୍କୁ ଟାଇମ୍‌ଲେସ୍‌ ବିଉଟି ଆଓ୍ଵାର୍ଡ଼ରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଶାହାରୁଖ୍‌ ଐଶ୍ୱର୍ଯ୍ୟାଙ୍କୁ ୧୮ବର୍ଷ ତଳର ଏକ ଦୁଃଖ ଜଣାଇଥିଲେ ।

ତାଙ୍କ କହିବା ଅନୁଯାୟୀ,ଐଶ୍ୱର୍ଯ୍ୟାଙ୍କ ଭଳି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ସହ ମୋତେ ଫିଲ୍ମ କରିବାର ସୁଯୋଗ ମିଳିଥିଲା ସତ କିନ୍ତୁ ପ୍ରଥମ ଫିଲ୍ମରେ ମୋତେ ତାଙ୍କର ଭାଇ ଚରିତ୍ର ଦିଆଯାଇଥିଲା । ଇଚ୍ଛା ନଥାଇ ମଧ୍ୟ ମୋତେ ଫିଲ୍ମ ‘ଜୋଶ୍‌’ରେ ତାଙ୍କ ଭାଇ ହେବାକୁ ପଡ଼ିଥିଲା । ସେତେବେଳେ ମୋତେ ଲାଗୁଥିଲା ମୁଁ ବୋଧ ହୁଏ ଐଶ୍ୱର୍ଯ୍ୟାଙ୍କ ଭଳି ଦିଶୁଛି, ଯେଉଁଥି ପାଇଁ ମୋତେ ଭାଇର ଚରିତ୍ର ଦିଆଯାଇଛି ବୋଲି କହି ନିଜର ଦୁଃଖ ଜଣାଇଥିଲେ ଶାହାରୁଖ୍‌ ।

ସମ୍ବନ୍ଧିତ ଖବର