ଫିଲ୍ମ ବଦ୍‌ଲା ସଫଳ ହେବା ପରେ ପାର୍ଟି ମାଗିଲେ ଶାହାରୁଖ୍‌, ଅମିତାଭ୍‌ ବଚ୍ଚନ କହିଲେ; ସଫଳ କରିବା ପାଇଁ ଆମେ କଷ୍ଟ କରିବୁ, ଏବେ ପାର୍ଟି ବି ଆମେ ଦେବୁ

ମୁମ୍ବାଇ : ମାର୍ଚ୍ଚ ୮, ୨୦୧୯ରେ ରିଲିଜ୍‌ ହୋଇଥିଲା ଫିଲ୍ମ ବଦ୍‌ଲା । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ତାପ୍‌ସୀ ପନ୍ନୁ । ଫିଲ୍ମଟି ରିଲିଜ୍‌ ହେବା ପରେ ଆଶାରୁ ଅଧିକ ଆୟ କରିବା ସହ ହିଟ୍‌ ସାବ୍ୟସ୍ତ ହୋଇଥିଲା । କିନ୍ତୁ ହିଟ୍‌ ହେବା ପରେ ଫିଲ୍ମର ପ୍ରଯୋଜକ ଅଭିନେତା ଶାହାରୁଖ୍‌ ଖାନ୍‌ କୌଣସି ପାର୍ଟି ଦେଇ ନଥିବାରୁ ଟୁଇଟ୍‌ରରେ ନିରାଶା ବ୍ୟକ୍ତ କରିଥିଲେ ଅମିତାଭ ବଚ୍ଚନ ।

ଯାହାର ଜବାବ ରଖି ଅଭିତାଭ ବଚ୍ଚନଙ୍କୁ ଶାହାରୁଖ୍‌ ଖାନ୍‌ ପାର୍ଟି ମାଗିଥିଲେ । ଶାହାରୁଖ୍‌ଙ୍କ ପାର୍ଟି ମାଗିବା ଦେଖି ମଜାଦାର ଟୁଇଟ୍‌ କରି ନିଜର ଜବାବ ରଖିଥିଲେ ବିଗ୍‌ ବି । ଫିଲ୍ମରେ କାମ ଆମେ କଲୁ । ପ୍ରଯୋଜନା ଆପଣ କଲେ । ପ୍ରମୋସନରେ ନିସ୍ୱାର୍ଥ ଯୋଗଦାନ ଆମେ କଲୁ । ଏବେ ପାର୍ଟି ବି ଆମେ ଦେବୁ ବୋଲି ଲେଖିଥିଲେ ବିଗ୍‌ ବି । ବିଗ୍‌ ବିଙ୍କ ଏଭଳି ଟୁଇଟ୍‌ ଦେଖି, ସାର୍‌ ଫିଲ୍ମ ଆପଣଙ୍କର । ଅଭିନୟ ଆପଣଙ୍କର । ହିଟ୍‌ ଆପଣଙ୍କ ପାଇଁ ହୋଇଛି । ଆପଣ ନଥିଲେ ଫିଲ୍ମ ନଥାନ୍ତା । ସେ ହିସାବରେ ଆପଣଙ୍କୁ ପାର୍ଟି ଦେବା ଦରକାର ବୋଲି କହି ରି-ଟୁଇଟ୍‌ କରିଥିଲେ କିଙ୍ଗ୍‌ ଖାନ୍‌ । ତେବେ କିଏ କାହାକୁ ପାର୍ଟି ଦେଉଛି ତାହା ଭବିଷ୍ୟତରେ ଜଣା ପଡ଼ିବ ।

ସମ୍ବନ୍ଧିତ ଖବର