ତନୁଶ୍ରୀ-ନାନା ବିବାଦକୁ ନେଇ ଆଶ୍ଚର୍ଯ୍ୟକର ବୟାନ ଦେଲେ ଶକ୍ତି କପୁର, କହିଲେ; ୧୦ବର୍ଷ ତଳେ ମୁଁ…

ମୁମ୍ବାଇ: ତନୁଶ୍ରୀ-ନାନା ବିବାଦକୁ ଦେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଥିବା ବେଳେ ପ୍ରତିଦିନ ଏ ନେଇ ବଲିଉଡ୍‌ କଳାକାର ଦେଉଥିବା ମତ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇବାରେ ଲାଗିଛି । ପ୍ରତିଦିନ ଏହି ବିବାଦକୁ ନେଇ ସମସ୍ତଙ୍କର ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସୁଥିବା ବେଳେ ପ୍ରକୃତରେ ୧୦ବର୍ଷ ତଳେ ଫିଲ୍ମର ସୁଟିଂ ସେଟ୍‌ରେ କ’ଣ ଘଟିଥିଲା ସେ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ।

Deccan Chronicle

ପୂର୍ବରୁ ବଲିଉଡ୍‌ର ଅନେକ କଳାକାର ଏହି ବିବାଦ ଉପରେ ନିଜର ମତ ରଖିଥିବା ବେଳେ ଏବେ ବଲିଉଡ୍‌ର ବ୍ୟାଡ୍‌ମ୍ୟାନ୍‌ ଶକ୍ତି କପୁର ଏ ନେଇ ନିଜର ମତ ରଖିଛନ୍ତି । ଗତ କାଲି ତାଙ୍କୁ ଏହି ବିବାଦ ଉପରେ ମତ ମଗା ଯାଇଥିବା ବେଳେ, “ମୁଁ କାଲି ଆମେରିକାରୁ ଆସିଛି । ହୋଇଥିବା ବିବାଦ ବିଷୟରେ ମୋତେ କିଛି ବି ଜଣା ନାହିଁ । କିଛି ନ ଜାଣି ମତ ରଖିବା ଠିକ୍‌ ନୁହଁ” ବୋଲି କହିଥିଲେ ଶକ୍ତି କପୁର । ଏହା ପରେ ଜଣେ ସାମ୍ବାଦିକ ତାଙ୍କୁ ପୂରା ଘଟଣା ବିଷୟରେ ଜଣାଇଥିଲେ । ସବୁ ଜାଣିବା ପରେ “ମୁଁ ଜାଣି ନାହିଁ ୧୦ବର୍ଷ ପୂର୍ବେ କ’ଣ ଘଟିଥିଲା । ସେ ସମୟରେ ମୁଁ ଛୁଆ ଥିଲି” ବୋଲି ଆଶ୍ଚର୍ଯ୍ୟ କଲା ଭଳି ବୟାନ ରଖିଥିଲେ ଶକ୍ତି କପୁର ।

ସମ୍ବନ୍ଧିତ ଖବର