ମୁମ୍ବାଇ: ସୋସିଆଲ୍ ମିଡିଆରେ ହାସ୍ଟ୍ୟାଗ୍ ‘ସେମ୍ ଅନ୍ କରଣ ଜୋହର’ ଟ୍ରେଣ୍ଡ୍ ଚାଲିବା ପରେ ପ୍ରଶଂସକମାନଙ୍କୁ ସଫେଇ ଦେଇଛନ୍ତି ସିନେ ନିର୍ମାତା କରଣ। ସେ କହିଛନ୍ତିି କି ତାଙ୍କ ଟୁଇଟର୍ ଆକାଉଣ୍ଟ୍ରେ ଅଜବ ଘଟଣା ସବୁ ଘଟୁଛି। ସେ ଜାଣନ୍ତି ନାହିଁ, ତାଙ୍କ ଆକାଉଣ୍ଟ୍ରେ ମନକୁ ମନ ଅନେକ କିଛି ଘଟିଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କ ସଂପର୍କିତ ଏକ ଅପମାନଜନକ ଟ୍ଵିଟ୍କୁ କରଣ ଜୋହରଙ୍କ ଟୁଇଟର୍ ଆକାଉଣ୍ଟ୍ରୁ ଲାଇକ୍ କରାଯିବା ପରେ ଟୁଇଟ୍ରେ ପ୍ରଶଂସକମାନେ କରଣଙ୍କ ବିରୁଧାଚରଣ କରି ହାସ୍ଟ୍ୟାଗ୍ ‘ସେମ୍ ଅନ୍ କରଣ ଜୋହର’ ଲେଖିବା ଆରମ୍ଭ କରିଥିଲେ।
Guys having a technical problem with my twitter account! Strange things are going on!from uploading shoe picture and gibberish to liking tweets I haven’t even read and would NEVER even acknowledge! Please bear with me and I apologise for any inconvenience! Sorting it out asap!
— Karan Johar (@karanjohar) March 22, 2019
କରଣ ପ୍ରଶଂସକମାନଙ୍କ ଘୃଣାର ପାତ୍ର ହେବା ପରେ ସଫେଇ ଦେଇ ଏକ ଟ୍ଵିଟ୍ ଲେଖି କହିଛନ୍ତି ଯେ ‘ ମୋ ଟ୍ଵିଟର୍ ଆକାଉଣ୍ଟ୍ରେ କିଛି ବୈଷୟିକ ତ୍ରୁଟି ପରିଲିଖିତ ହୋଇଛି। ଆଶ୍ଚର୍ଯ୍ୟଜନକ ଘଟଣା ସବୁ ମୋ ଆକାଉଣ୍ଟ୍ରେ ହେବାରେ ଲାଗିଛି। ଆପେ ଆପେ ଜୋତା ଫଟୋ ଅପ୍ଲୋଡ ହେବା ସହ ଆପେ ଆପେ ଅନ୍ୟର ପୋଷ୍ଟ୍ରେ ଲାଇକ ବି ହୋଇଯାଉଛି। ମୁଁ ଏପରିକି ସେ ପୋଷ୍ଟ୍ ପଢ଼ି ମଧ୍ୟ ନଥିଲି। ଯାହାବି ହେଉ, ମୁଁ କ୍ଷମା ମାଗୁଛି।’