ଶଶି କପୁରଙ୍କ ଅନ୍ତିମ ବିଦାୟରେ ବିଗ୍‌-ବି, ଶାହାରୁଖ ଓ ସଞ୍ଜୟ ଦତ୍ତ ସାମିଲ

ମୁମ୍ବାଇ: ବଲିଉଡ଼ର ଜଣାଶୁଣା ଅଭିନେତା ଶଶି କପୁରଙ୍କ ମଙ୍ଗଳବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ମୁମ୍ବାଇ ପୁଲିସ ପକ୍ଷରୁ ତିନି ଥର  ତୋପ ସଲାମୀ ଦିଆଯାଇଥିଲା। ଶଶିଙ୍କ ଶବାଧାର ଉପରେ ଜାତୀୟ ପତାକା ରଖାଯାଇଥିଲା।

ଶଶି କପୁରଙ୍କ ପରଲୋକ ପରେ ବିଗ୍‌-ବି ଅମିତାଭ ବଚ୍ଚନ ପୁଅ ଅଭିଷେକ ଓ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅନ୍ତିମ ଦର୍ଶନ କରିଛନ୍ତି। ଅମିତାଭ ବଚ୍ଚନ ୧୨ ଟି ଫିଲ୍ମରେ ଶଶି କପୂରଙ୍କ ସହାୟକ ଅଭିନେତା ଭାବରେ ଅଭିନୟ କରିଥିଲେ। ସାନ୍ତା କ୍ଲଜ ଠାରେ ମଙ୍ଗଳବାର ପୃଥ୍ଵୀରାଜ କପୁରଙ୍କ ପୁଅ ଶଶି କପୂରଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ରାଜ କପୁର ଓ ସାମି କପୂରଙ୍କ ଭାଇ ଶଶି କପୁରଙ୍କ ମୃତଦେହକୁ ପ୍ରଥମେ ‘ପୃଥ୍ଵୀ’ ସିନେମା ହଲ ନିଆଯାଇଥିଲା। ସେଠାରେ ତାଙ୍କର ପରିବାର ସମେତ ଅନ୍ୟାନ୍ୟ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ। ଶଶି କପୂରଙ୍କ ପୁଅ କୃଣାଳ, ନାତି ରଣବୀର ଓ ଋଷି ଫିଲ୍ମ ସୁଟିଂ ପାଇଁ ବାହାରକୁ ଯାଇଥିବା ବେଳେ ମୃତ୍ୟୁ ଖବର ଶୁଣି ହଠାତ ମୁମ୍ବାଇ ଫେରି ଆସିଥିଲେ। ସେହିପରି ଶଶି କପୂରଙ୍କ ସାଥୀରେ ଅଭିନୟ କରିଥିବା କଳାକାରମାନେ ଫଟୋ ଉଠାଇଥିଲେ। ସଞ୍ଜୟ ଦତ୍ତ, ଅନିଲ କପୁର, ନାସିରୁଦ୍ଦିନ ଶାହ ଓ ରତ୍ନା ପାଠକ ଅନ୍ତିମ ସଂସ୍କାର ପୂର୍ବରୁ ପହଞ୍ଚି ଫଟୋ ଉଠାଇଥିଲେ।

‘ଦୀଓ୍ଵର ଓ ଜୁନୁନ’ର ଲୋକପ୍ରିୟ ଅଭିନେତା ଶଶି କପୂର(୭୯)ଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ପରେ ରବିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ବହୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଶେଷରେ ଶଶି ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶଶୀ କପୁରଙ୍କ ୩ଟି ସନ୍ତାନ ସ୍ୱର୍ଗତ ଅଭିନେତ୍ରୀ ଜେନିଫର କେଣ୍ଡାଲ-ସଞ୍ଜନା, କୃଣାଳ ଓ କରଣ।

ସମ୍ବନ୍ଧିତ ଖବର