କାଣ୍ଟା ଲଗା…ଗୀତ ପାଇଁ ଶେଫାଳିଙ୍କୁ ମିଳିଥିଲା ୭ ହଜାର

କାଣ୍ଟା ଲଗା.. ଗୀତରେ ନୃତ୍ୟ ପ୍ରଦର୍ଶନ କରି ଚର୍ଚ୍ଚିତ ଚେହେରା ପାଲଟିଥିବା ଶେଫାଳି ଜରିୱାଲା ଏବେ ସୋସିଆଲ ମିଡିଆରେ ତାଙ୍କ ନୃତ୍ୟକୁ ନେଇ କିଛି ଅଜଣା କଥା ସେୟାର କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ମୋ ବାପା ମତେ ଏ ଗୀତରେ ନାଚିବା ପାଇଁ ମନା କରିଥିଲେ। ମୁଁ ସେତେବେଳେ କଲେଜ୍‌ରେ ପଢ଼ୁଥାଏ। ମୁଁ ମୋ ପଢ଼ାକୁ ଗୁରୁତ୍ବ ଦିଏ ବୋଲି ବାପା ମା’ ଚାହୁଁଥିଲେ। ତେବେ ମତେ ଏହି ଗୀତରେ ନୃତ୍ୟ ପାଇଁ ଟଙ୍କା ମିଳିବାର ଥିବାରୁ ମୁଁ ଏହା କରିବାକୁ ଚାହିଁଥିଳି। ଶେଫାଳି କହିଛନ୍ତି ଯେ ଏହି ଗୀତରେ ନାଚିବ ପାଇଁ ମତେ ସେତେବେଳେ ୭ ହଜାର ଟଙ୍କା ମିଳିଥିଲା। ଏଥିସହ ନିଜକୁ ପରଦା ଉପରେ ଦେଖିବାର ଅଭୀପ୍ସା ମଧ୍ୟ ଥିଲା। ବାପା ଅରାଜି ଥିବାରୁ ମା’ଙ୍କୁ ପ୍ରଥମେ ବୁଝାଇଥିଲି। ପରେ ମା’ ଓ ମୁଁ ମିଶି ବାପାଙ୍କୁ ମନାଇଥିଲୁ। ଗୀତ ଓ ନୃତ୍ୟ ହିଟ୍‌ ହେବା ପରେ ଏହା ମୋ ଜୀବନ ବଦଳାଇ ଦେଇଥିଲା।

ସମ୍ବନ୍ଧିତ ଖବର