ଚାର୍‌ ଦିନ୍‌କି ଚାନ୍ଦନୀ ଫିର୍‌ ଅନ୍ଧେରୀ ରାତ୍‌: #ମି ଠୁ ଅଭିଯାନକୁ ନେଇ ଏଭଳି ମତ ରଖିଲେ ଅଭିନେତା ଶେଖର ସୁମନ

ମୁମ୍ବାଇ : ଦେଶରେ #ମି ଠୁ ଅଭିଯାନ ବର୍ଷେ ପୂର୍ବରୁ ଆସିଥିବା ବେଳେ ତନୁଶ୍ରୀ-ନାନା ବିବାଦ ପରେ ଏହା ତେଜିଥିଲା । ଧିରେ ଧିରେ ଏହି ବିବାଦ ସବୁ କ୍ଷେତ୍ରକୁ ମାଡ଼ିଯିବା ସହ ଅନେ ବଡ଼ ବଡ଼ ନେତା, ଅଭିନେତ,କଣ୍ଠଶିଳ୍ପୀ,ନିର୍ଦ୍ଦେଶକ,ପ୍ରଯୋଜକମାନେ ଏହି ଅଭିଯାନର ଶିକାର ହୋଇଥିଲେ । କିନ୍ତୁ ଏବେ ଧିରେ ଧିରେ ଏହି ଅଭିଯାନର ପ୍ରଭାବ କମ ହେଉଥିବା ଦେଖିବାକୁ ମିଳିଛି । ଏକ ସମୟରେ ପ୍ରତିଦିନ ନୂଆ ନୂଆ ଯୌନ ଶୋଷଣର ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ଏଭଳି କିଛି ମାମଲା ସାମ୍ନାକୁ ଆସି ନାହିଁ । ଏହା ସହ ଯେଉଁ ମହିଳାମାନେ ନିଜ ସହ ହୋଇଥିବା ଯୌନ ଶୋଷଣ ବିଷୟରେ ସ୍ୱର ଉଚ୍ଚ କରିଥିଲେ,ସେମାନଙ୍କୁ ନ୍ୟାୟ ଦେବା ପାଇଁ କ’ଣ କରାଯାଉଛି ତାହା ମଧ୍ୟ ଜଣା ପଡ଼ି ପାରିନାହିଁ ।

ଏ ସବୁ ମଧ୍ୟରେ ବର୍ତ୍ତମାନର ପରିସ୍ଥିତି ଦେଖି ନିଜର ମତ ଟୁଇଟ୍‌ କରି ଜଣାଇଛନ୍ତି ବଲିଉଡ୍‌ର ଜଣାଶୁଣା ଅଭିନେତା ଶେଖର ସୁମନ । ଟୁଇଟ୍‌ କରି #ମି ଠୁ ଅଭିଯାନ ଏବେ ମରିଗଲା କି?ଏହା ଉପରେ ହେଉଥିବା ବିତର୍କ ଏବେ ଶେଷ? ହେଡ଼୍‍ଲାଇନ୍ସ ବି ଚାଲିଗଲା? ଏପରି ଲେଖି ଟ୍ଵିଟ୍‌ କରିଥିଲେ ଶେଖର ସୁମନ । ତାଙ୍କର ଏହି ଟ୍ଵିଟ୍‌ ପରେ ଅନେକ ଲୋକ ତାଙ୍କୁ ସେ ଏହି ଅଭିଯାନକୁ ସମର୍ଥନ କରୁଛନ୍ତି କି ନାହିଁ ବୋଲି ପଚାରିଥିଲେ। ଏହାର ଉତ୍ତର ରଖି ମୁଁ ଏହି ଅଭିଯାନକୁ ସମର୍ଥନ କରୁନାହିଁ ବୋଲି କହିଥିଲେ ଶେଖର ।

ସୂଚନା ମୁତାବକ, କିଛି ଦିନ ତଳେ ଶେଖରଙ୍କ ପୁଅ ଅଧ୍ୟାୟନ ସୁମନ କଙ୍ଗନା ରାନାଓ୍ଵତଙ୍କ ସହ ପ୍ରେମ ସଂପର୍କରେ ଥିବା ବେଳେ ଯୌନ ଶୋଷଣର ଶିକାର ହୋଇଥିବା କହିଥିଲେ । କିନ୍ତୁ ଲୋକେ ତାଙ୍କୁ ସମର୍ଥନ ନ କରି ଏହା ତାଙ୍କର ପବ୍ଲିସିଟି ଷ୍ଟଣ୍ଟ ବୋଲି କହିବାକୁ ଲାଗିଥିଲେ । ଏହା ପରେ ଶେଖର ସୁମନ କହିଥିଲେ, ‘#ମି ଠୁ ଅଭିଯାନରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନଙ୍କ ପାଖରେ କିଛି କାମ ନାହିଁ । ଯେତେବେଳେ ସେମାନେ ନିଜ ସହ ଘଟିଥିବା ଯୌନ ଶୋଷଣ ବିଷୟରେ କହୁଛନ୍ତି । ସେମାନଙ୍କୁ ସମର୍ଥନ କେମିତି କରାଯାଉଛି । ସେମାନେ ମଧ୍ୟ ଏହା ପବ୍ଲିସିଟି ପାଇଁ କରିଥାଇ ପାରନ୍ତି । #ମି ଠୁ ଅଭିଯାନକୁ ଲିଙ୍ଗୀୟ କରାଯାଇ ସାରିଛି । ମହିଳାମାନଙ୍କ କଥାକୁ ସତ ଏବଂ ପୁରୁଷମାନେ କହିଲେ ଏହାକୁ ପବ୍ଲିସିଟି ଷ୍ଟଣ୍ଟର ନାମ ଦିଆଯାଉଛି।’

ସମ୍ବନ୍ଧିତ ଖବର